କନକ ବ୍ୟୁରୋ : ସୁଧୁରିବନି ପାକିସ୍ତାନ । ସୀମାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଟିକିଏ କମିଥିଲେ ସୁଦ୍ଧା ଅନୁପ୍ରବେଶ କମିନି । ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଚଳାଇଛି ପାକିସ୍ତାନ । ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ପାଇଁ ପଞ୍ଜାବରେ ଖଲିସ୍ତାନ ସମର୍ଥିକ ଆତଙ୍କୀଙ୍କୁ ଅନଲାଇନ୍ ପ୍ରଶିକ୍ଷଣ ଦିଆଯାଉଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଆଇଏସଆଇ ଭାରତରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରିଛି । ଆଉ ଏଥିପାଇଁ ଲୁଚାଛପା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛି ।

Advertisment

ସୂଚନା ଅନୁସାରେ ପଞ୍ଚାବରେ ଖଲିସ୍ତାନ ସମର୍ଥିତ ତତ୍ୱ ସୋସିଆଲ ମିଡ଼ିଆରେ ସକ୍ରିୟ ରହିଛି । ଆଉ ଏଠାରେ ପାକିସ୍ତାନ ସମର୍ଥିତ ଆତଙ୍କୀ ପ୍ରଶିକ୍ଷଣ ନେଉଛନ୍ତି । ଭାରତରେ ବିସ୍ଫୋଟକ ତିଆରି ଓ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା କରିଛି ଶତ୍ରୁ ଦେଶ  । ପାକିସ୍ତାନରେ ଆଇଏସଆଇ ଏଜେଣ୍ଟ ପଞା୍ଜବରେ ସକ୍ରିୟ ଖଲିସ୍ତାନ ଆତଙ୍କୀଙ୍କୁ ବିସ୍ଫୋଟକ ତିଆରି କରିବା ପାଇଁ ପାଣ୍ଠି ଯୋଗାଉଛନ୍ତି । ତେବେ ଏ ଖବର ପାଇବା ପରେ ଆଲର୍ଟରେ ଅଛି ଭାରତୀୟ ସେନା ।