୨୦୦ ଟଙ୍କା ଉଧାର କରି ଲଟେରି କିଣିଥିଲେ ଦିନ ମଜୁରିଆ : ଖୋଲିଗଲା ଭାଗ୍ୟ, ରାତାରାତି ପାଲଟିଗଲେ କୋଟିପତି

Advertisment
୨୦୦ ଟଙ୍କା ଉଧାର କରି ଲଟେରି କିଣିଥିଲେ ଦିନ ମଜୁରିଆ : ଖୋଲିଗଲା ଭାଗ୍ୟ, ରାତାରାତି ପାଲଟିଗଲେ କୋଟିପତି

image courtesy-https://www.hindustantimes.com

ରାତା ରାତି କୋଟିପତି ହେବା ଖବର ଆପଣ କେବଳ ଫିଲ୍ମମାନଙ୍କରେ ହିଁ ଦେଖିଥିବେ । କିନ୍ତୁ, ପଞ୍ଜାବରେ କିଛି ଏପରି ଘଟଣା ଦେଖିବାକୁ ମିଳିଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଦିନ ମଜୁରିଆ ରାତା ରାତି କୋଟିପତି ପାଲଟିବା ଖବରକୁ କେହି ସହଜରେ ହଜମ କରି ପାରୁ ନାହାଁନ୍ତି । ୨୦୦ ଟଙ୍କା ଉଧାର ନେଇ ଦିନ ମଜୁରିଆ ମନୋଜ କୁମାର ଏକ ଲଟେରି ଟିକେଟ କିଣି ଥିଲେ । ସେହି ଉଧାରର ୨୦୦ ଟଙ୍କା ଏବେ ତାଙ୍କୁ କୋଟିପତି କରାଇ ପାରିଛି । ୨୦୦ଟଙ୍କା ଲଟେରିରୁ ତାଙ୍କୁ ଦେଢ଼ କୋଟି ଟଙ୍କା ମିଳିଥିବା ଜଣା ପଡ଼ିଛି ।

publive-image

ସୂଚନା ମୁତାବକ, ମନୋଜ ଦିନ ମଜୁରିଆ ଭାବରେ କାମ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । କିନ୍ତୁ ସେ ସବୁ ବେଳେ ବଡ଼ଲୋକ ହେବାର ଆଶା ମନ ଭିତରେ ରଖି ଆସୁଥିଲେ । ଫିଲ୍ମ ଦେଖିବା ପରେ ସେ ମଧ୍ୟ ଲଟେରି ଜିତି କୋଟିପତି ହୋଇପାରିବେ ବୋଲି ଭାବିଥିଲେ । ପଞ୍ଜାବ ରାଜ୍ୟ ରାଖୀ ବମ୍ପର ୨୦୧୮ ପ୍ରତିଯୋଗିତା ହେଉଥିବା ଜାଣି ସେ ଲଟେରି କିଣିବା ପାଇଁ ମନସ୍ଥ କରିଥିଲେ । ନିଜ ପାଖରେ ଟଙ୍କା ନଥିବାରୁ ସେ ଅନ୍ୟଠାରୁ ୨୦୦ଟଙ୍କା ଉଧାର ଆଣି ଲଟେରି କିଣିଥିଲେ । ପୂର୍ବରୁ ଅନେକ ଥର ବଡ଼ ଲୋକ ହେବା ଇଚ୍ଛାରେ ସେ ଲଟେରି କିଣିଥିବା ବେଳେ ଏହି ୨୦୦ ଟଙ୍କାର ଲଟେରି ତାଙ୍କୁ ସତରେ କୋଟିପତି କରାଇ ଦେବ ତାହା ଅବଶ୍ୟ ସେ ଉଧାର ଟଙ୍କାରେ ଲଟେରି ଟିକେଟ କିଣିବା ବେଳେ ଜାଣି ନଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe