ମମତାଙ୍କ ପରେ କ୍ୟାପଟେନ ଅମରିନ୍ଦର ସିଂ, ମୋଦିଙ୍କ ଶପଥ ସମାରୋହକୁ ବୟକଟ କଲେ ପଂଜାବ ମୁଖ୍ୟମନ୍ତ୍ରୀ

208

କନକ ବ୍ୟୁରୋ : ମମତାଙ୍କ ପରେ ମୋଦିଙ୍କ ଶପଥ ସମାରୋହକୁ ବୟକଟ କଲେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ପ୍ରଚଣ୍ଡ ବହୁମତ ସହ ପୁଣି ବିଜେପି ସରକାର ଗଢିବାକୁ ଯାଉଛି । ଆଜି ସନ୍ଧ୍ୟାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଉତ୍ସବରେ ବ୍ରିକ୍ସ ରାଷ୍ଟ୍ର ସମୂହର ମୁଖ୍ୟ ମାନେ ଯୋଗଦେବେ । ଦେଶ ବିଦେଶର ୬ ହଜାରରୁ ଅଧିକ ଅତିଥି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏପରିକି ଉତ୍ସବରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବି ସାମିଲ ହେବେ ।

ହେଲେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ସେପଟେ ଡିଏମକେ ନେତା ଏମ କେ ଷ୍ଟାଲିନଙ୍କୁ ଆମନ୍ତ୍ରଣ କରାଯାଇନଥିବା ଚର୍ଚ୍ଚା ହେଉଛି । ଦଳର ୨୦ ସାଂସଦଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ଆଜି ସନ୍ଧ୍ୟା ୭ଟାରେ ରାଜଭବନରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ସୂଚନାଯୋଗ୍ୟ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ଇନିଂସ । ପ୍ରଚଣ୍ଡ ଜନମତ ପାଇ ନିର୍ବାଚନରେ ବିଜୟ ଲାଭ କରିଥିବା ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।