ପବିତ୍ର ସଂପର୍କରେ ପାପର ଛିଟା ! ମା’କୁ ଅସଦାଚରଣ କରି ପୁଅ ଗିରଫ

143

ପୁଣି ଆସିଛି ଦୁଷ୍କର୍ମ ଅଭିଯୋଗ , ଆଉ ସୀମା ପାର କରିଛି ଅପରାଧ । ପବିତ୍ର ସଂପର୍କରେ ଲାଗିଛି ପାପର ଛିଟା । କିନ୍ତୁ ଏଥର ପୀଡିତା ସାଜିଛି ମା’ ଆଉ ଅଭିଯୁକ୍ତ ହେଉଛି ନିଜ ପୁଅ । ନିଶାରେ ଚୁର୍ ହୋଇ ନିଜ ଜନ୍ମ କଲା ମା’କୁ କରିଛି ଅସଦାଚରଣ ଅଭିଯୁକ୍ତ । ଘଟଣାଟି ଘଟିଛି ପୁଣେର ବିବ୍ୱେୱାଡିରେ ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସବୁଦିନ ପରି ଘଟଣା ଦିନ ମଧ୍ୟ ପେଶାରେ ଡ୍ରାଇଭର୍ ଥିବା ଅଭିଯୁକ୍ତ ମଦ ନିଶାର ଚୁର ହୋଇ ଘରକୁ ଫେରିଥିଲେ । ଆଉ ଉଲଗ୍ନ ହୋଇ ମା’ଙ୍କ ଶୋଇବା ଘରେ ପହଂଚିଥିଲେ । ପୁଅର ଏପରି ଅବସ୍ଥା ଦେଖି ତାଙ୍କୁ ସାର୍ଟ ପିନ୍ଧିବାକୁ କହିଥିଲେ ମା’ । କିନ୍ତୁ ଅଭିଯୁକ୍ତ ଜଣକ ଏହା ନଶୁଣି ନିଜ ମା’ଙ୍କ ଉପରେ ଜୋର କରି ଶୋଇବାକୁ ଚେଷ୍ଟା କରିଥିଲେ ।

ନିଜକୁ ବଂଚାଇବାକୁ ଯାଇ ପୀଡିତା ଜଣକ ପାଖରେ ଥିବା ଏକ ବାସନରେ ଅଭିଯୁକ୍ତକୁ ଜୋରରେ ମାରିଥିଲେ । ଆହତ ଅବସ୍ଥାରେ ପୁଅକୁ ଘରେ ବନ୍ଦ କରି ପୁଲିସକୁ ଏନେଇ ସୂଚନା ଦେଇଥିଲେ । ଅଭିଯୋଗ ପରେ ପୁଲିସ୍ ୩୯ ବର୍ଷୀୟ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ସେପଟେ ପଚରାଉଚରା ବେଳେ ଅଭିଯୁକ୍ତ କହିଛି ଯେ ତାର କିଛି ମନେ ନାହିଁ ବୋଲି ।

ଏହା ସହ ଦେଖନ୍ତୁ କେତେ ଜାଣନ୍ତି ପର୍ଣ୍ଣ ଇଣ୍ଡଷ୍ଟ୍ରୀ ବିଷୟରେ ! ଷ୍ଟାର୍ କହିଲେ ସିନେମା ପଛର ସତ