ପୁଲୱାମା ଆତଙ୍କୀ ଆକ୍ରମଣ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ ! କହିଲେ, ଗୁଇନ୍ଦା ବିଫଳତା ପାଇଁ କିଏ ଦାୟୀ ?

262

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ଆକ୍ରମଣ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ୫ଟି ପ୍ରଶ୍ନ ପଚାରିଛି । କହିଲେ, ଗୁଇନ୍ଦା ବିଫଳତା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରାଯାଇଛି । ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ଏନଏସଏ କାହିଁକି ଗୁଇନ୍ଦା ବିଫଳତା ପାଇଁ ନିଜକୁ ଦାୟୀ କରୁନାହାନ୍ତି ? ଏହାସହ ଆତଙ୍କୀଙ୍କ ପାଖକୁ ଏତେ ମାତ୍ରରେ ଆରଡିଏକ୍ସ କେଉଁଠୁ ଆସିଲା ବୋଲି ମଧ୍ୟ ପ୍ରଶ୍ନ କରିଛି କଂଗ୍ରେସ ? ଆକାଶ ମାର୍ଗରେ ଯବାନଙ୍କୁ ନେବାକୁ ଦାବିକୁ କାହିଁକି ଅଣଦେଖା କରାଗଲା ? ବିମୁଦ୍ରାକରଣ ପରେ ଆତଙ୍କବାଦୀ ଆକ୍ରମଣ କାହିିଁକି କମିନି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ସୂଚନାଯୋଗ୍ୟ ଫେବୃୟାରୀ ୧୪ରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ସହିଦ ହୋଇଥିଲେ । ୪୦ ଜଣ ବିରପୁତ୍ରକୁ ହରାଇଥିଲା ମାଟମା’ । ପ୍ରତିଶୋଧ ନେବା ପାଇଁ ଏବେଯାଏଁ ବେଶବ୍ୟାପୀ ଲୋକେ ଦାବି କରୁଛନ୍ତି । ଗୋଟିଏ ପଟେ ସହିଦ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି ଅନ୍ୟପଟେ ପୁଣି ଆଉ ଏକ ନୂଆ ଆକ୍ରମଣ ଯୋଜନାର ଖବର ଆସିଛି । ଗୁଇନ୍ଦାର ବିଭାଗ ଅନୁସାରେ ଜୈଶ-ଇ-ମୋହମ୍ମଦ ପୁଲୱାମାରେ ଆଉ ଏକ ବଡ଼ ଆକ୍ରମଣ କରିବାର ଯୋଜନା କରୁଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଉତ୍ତର କାଶ୍ମୀରର ଚୌକିବଲ ଓ ଜଙ୍ଗଦାରରେ ଆଇଡ଼ି ବ୍ଲାଷ୍ଟ ଜରିଆରେ ଆକ୍ରମଣ କରିବାର ଯୋଜନା କରାଯାଉଛି ।କିଛି ଦିନ ଯାଏଁ ଆକ୍ରମଣ ଘଟଣାକୁ ନେଇ କୌଣସି ବୟାନବାଜୀ କରିନଥିଲେ ନେତା । ବିସ୍ପୋରଣ ଘଟଣାକୁ ଏକ ସପ୍ତାହ ପରେ ଏବେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ ।