ବିଶ୍ୱ ସମୁଦାୟ ନିକଟରେ ଏକ ଘରିକିଆ ହେଉଛି ପାକିସ୍ତାନ ! ଆତଙ୍କବାଦୀ ବିରୋଧରେ ଲଢ଼େଇ ପାଇଁ ଭାରତକୁ ସମର୍ଥନ କଲା ଆମେରିକା

Advertisment

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏକ ଭୟଙ୍କର ଘଟଣା । ଏ ଘଟଣା ଉପରେ ନଜର ରହିଛି । ଘଟଣା ସମ୍ପର୍କିତ ଏକାଧିକ ରିପୋର୍ଟ ହସ୍ତଗତ ହୋଇଛି ।  ଖୁବଶୀଘ୍ର ଆମେରିକା ଏନେଇ ବିଧିବଦ୍ଧ ଭାବରେ ଏକ ଷ୍ଟେଟମେଂଟ ଜାରି କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାକିସ୍ତାନ ଗସ୍ତ ସାରି ଭାରତ ଆସିଥିବା ସାଉଦି ଆରବ୍ର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ମଧ୍ୟ ଆତଙ୍କବାଦର ଲଢ଼େଇରେ ଭାରତକୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସେପଟେ ଜାତିସଂଘ ସୁରକ୍ଷା ପରିଷଦରେ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଦେବ ଫ୍ରାନ୍ସ ।

publive-image

ଦଶନ୍ଧି ଦଶନ୍ଧି ଧରି ଆମେରିକାର ଛତ୍ରଛାୟା ତଳେ ଲୁଚି ରହି, ନିଜକୁ ବଳିଆନ୍ ଭାବି ଆସୁଥିଲା ପାକିସ୍ତାନ । ହେଲେ ଆମେରିକାର ରାଷ୍ଟ୍ରପତିଙ୍କ ମୁହଁରୁ ପୁଲୱାମା ଆକ୍ରମଣ ଘଟଣାର ଏଭଳି ଏକ ବ୍ୟାଖ୍ୟା ଶୁଣି ପାକିସ୍ତାନର ନିଦ ହଜି ଯାଇଛି । ପୁଲୱାମା ଆକ୍ରମଣକୁ କେବଳ ଭୟଙ୍କର ଘଟଣା କହି ନାହାଁନ୍ତି ବରଂ ଏନେଇ ବିଧିବଦ୍ଧ ଭାବରେ ଏକ ଷ୍ଟେଟମେଂଟ ଜାରି ହେବ ବୋଲି ଟ୍ରମ୍ପ କହିଛନ୍ତି । ଏପଟେ ଆମେରିକାର ଷ୍ଟେଟ୍ ଡିପାର୍ଟମେଂଟ ଡେପୁଟୀ ମୁଖପାତ୍ର କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତରେ ପାକିସ୍ତାନ ଭାରତକୁ ସହଯୋଗ କରୁ ଏବଂ ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ତାଙ୍କୁ ଦଣ୍ଡିତ କରୁ ।ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ ନ୍ୟାୟରେ ପାକିସ୍ତାନ ଉପରେ ଆମେରିକାର ଏଭଳି ଆଭିମୁଖ୍ୟ, ସିଧାସଳଖ ଭାରତ ସପକ୍ଷରେ ଯାଉଛି । ଆଉ ଏପଟେ ପାକିସ୍ତାନରୁ ସର୍ବୋଚ୍ଚ ସମ୍ମାନ ସାଉଁଟି ଭାରତରେ ପହଂଚିଥିବା ସାଉଦି ଆରବର କ୍ରାଉନ୍ ପ୍ରିନ୍ସ, ଆତଙ୍କବାଦର ଲଢ଼େଇରେ ଭାରତକୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

publive-image source : DNA India

ଏପଟେ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦରେ ଉଠିବ ମାସୁଦ ଆଜହର ପ୍ରସଙ୍ଗ । ଆଗାମୀ ଦୁଇ ଦିନ ମଧ୍ୟରେ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଦେବ ଫ୍ରାନ୍ସ । ଏହି ପ୍ରସ୍ତାବକୁ ଆମେରିକା ଏବଂ ଇଂଲଣ୍ଡର ସମର୍ଥନ ରହିଛି । ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ଭାରତର କୁଟନୈତିକ ପ୍ରୟାସ କ୍ରମାଗତ ଭାତରେ ସଫଳ ହେବାରେ ଲାଗିଛି । ବିଶ୍ୱର ଅନେକ ଦେଶ ଆଜି ଭାରତ ସମକ୍ଷରେ ଛିଡ଼ା ହୋଇଛନ୍ତି । ଏପଟେ ନ୍ୟୁଜିଲାଣ୍ଡ ସଂସଦରେ ପାରିତ ହୋଇଛି ନିନ୍ଦା ପ୍ରସ୍ତାବ । ଜାମ୍ମୁ-କାଶ୍ମୀର ପୁଲୱାମାରେ ଯବାନଙ୍କ ଗାଡି ଉପରେ ଆତଙ୍କବାଦୀ କରିଥିବା ଆକ୍ରମଣକୁ ନିନ୍ଦା କରି ଏକ ପ୍ରସ୍ତାବ ପରିତ କରିଛି ସେଠାକାର ସଂସଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe