ଅବହେଳିତ ଅବସ୍ଥାରେ ସହିଦ ପରିବାର : ପୁଲୱାମା ଆକ୍ରମଣକୁ ବର୍ଷେ ପୂରିବାକୁ ବସିଲାଣି, ହେଲେ ସହିଦ୍ କୌଶଲ କୁମାର ରାୱତଙ୍କୁ ମିଳିନି ସହାୟତା, ଦେଶ ମାତୃକା ପାଇଁ ଜୀବନ ଦେଇଥିବା ପୁଅକୁ ଝୁରୁଛି ପରିବାର

554

କନକ ବ୍ୟୁରୋ : ସହିଦ ପରିବାରକୁ ଅଣଦେଖା । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ପୁଅକୁ କେନ୍ଦ୍ର ସରକାର ଅଣଦେଖା କରିବା ନିଶ୍ଚିତ ଦୁର୍ଭାଗ୍ୟଜନକ ବିଷୟ । ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିଲେ ଆଗ୍ରାର ସହିଦ୍ କୌଶଲ କୁମାର ରାୱତ୍ । ଗୋଟିଏ ମା’ ପାଇଁ ଜୀବନ ଦେଲେ, ହେଲେ ଆଉ ଜଣେ ମା’ର କୋଳ ଶୂନ୍ୟ ହୋଇଗଲା । ସବୁଠାରୁ ଦୁଃଖର ବିଷୟ ହେଲା ଆତ୍ମଘାତୀ ଆକ୍ରମଣକୁ ବର୍ଷେ ପୂରିବାକୁ ବସିଥିଲେ ହେଁ ସହିଦ ପରିବାରକୁ ଏଯାଏଁ କୌଣସି ପ୍ରକାର ସହାୟତା ମିଳିନାହିଁ  । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି । ପ୍ରଶାସନର ବୈମାତୃକ ମନୋଭାବରେ ଅବଶ ସହିଦ ପରିବାର ଅଫିସରୁ ଅଫିସକୁ ଚକ୍କର ଲଗାଇ ଲଗାଇ ଥକିଗଲେଣି ।

ଅବହେଳିତ ଅବସ୍ଥାରେ ସହିଦ ପରିବାର । ପୁଅକୁ ଝୁରୁଛି ବୁଢ଼ୀ ମା’ । କେତେବେଳେ ପୁଅକୁ ମନେ ପକଉଛି ତ, ଆଉ କେତେବେଳେ ପୁଅ ଫଟୋକୁ ପତଣକାନିରେ ପୋଛିଦେଉଛି  । ପୁଲ ଚାଲିଯିବା ବର୍ଷେ ହୋଇଗଲାଣି, ହେଲେ ମା’ ଆଖି ଏବେ ବି ଓଦା ଅଛି । କୌଶଳ କୁମାର ରାୱତ୍ ୧୪, ଫେବୃୟାରୀ ୨୦୧୯ରେ ପୁଲୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିଲେ । ପୁଏୱାମା ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ସହିଦଙ୍କୁ ସହାୟତା କରିବା ପାଇଁ ସମସ୍ତେ ହାତ ବଢ଼ାଇଥିଲେ । କେନ୍ଦ୍ର ସରକାର, ରାଜ୍ୟ ସରକାର, ସାମାଜିକ ସଂଗଠନ, ନେତା, ଅଭିନେତା ସମସ୍ତେ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ ରହିଗଲା ସିନା ସହିଦ ପରିବାରକୁ କିଛି ସହାୟତା ମିଳିଲାନି । ସହିଦ କୌଶଳଙ୍କ ମାଁ ସୁଧା ରାୱତ ଆଜି ବି ପୁଅ କଥା ଶୁଣିି କାନ୍ଦୁଛନ୍ତି । ଆଖିରୁ ଲୁହ ଶୁଖୁନି ।

ସହିଦଙ୍କ ମାଁ ସୁଧା କୁହନ୍ତି, ପୁଅର ଅନ୍ତିମ ସଂସ୍କାର ବେଳେ ବଡ଼ ବଡ଼ ଅଧିକାରୀ, ନେତା ମନ୍ତ୍ରୀ ଆସିଥିଲେ । ଏବଂ ସାହାଯ୍ୟ କରିବାର ଲମ୍ବା ତାଲିକା ଗାଇ ଦେଇଗଲେ  । ହେଲେ ଏବେ ଯାଏଁ କାହାର ଦେଖାନାହିଁ । ସରକାରୀ ବ୍ୟବସ୍ଥା ଓ ବାବୁଙ୍କ ଅବହେଳା କାରଣରୁ ଆଉ ଧୈର୍ଯ୍ୟ ନାହିଁ  ବୋଲି କହିଛନ୍ତି ସହିଦଙ୍କ ପତ୍ନୀ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଖ ଘୋଷଣା କରିଥିବା ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ମିଳିନି । ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର, କିଏ ବି ସହିଦ ପରିବାରର ଦୁଃଖ ବୁଝିିଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅ ଚାଲିଗଲା ପରେ ଘର ଚଳାଇବା ମୁସ୍କକିଲ । ପିଲାମାନେ ପାଢ଼ ପଢ଼ିପାରୁନାହିଁ ।  ଏବେ କେବଳ ଅପେକ୍ଷା ହିଁ ସାର ।