କନକ ବ୍ୟୁରୋ : ଦ୍ୱିତୀୟ ଦିନରେ କଟକ ବଡ ମେଡିକାଲର ଜୁନିୟର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଆଜି ବି ନିଜ ଦାବିରେ ଅଟଳ ଅଛନ୍ତି ଜୁନିୟର ଡାକ୍ତର । ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁରୋଗୀ ସେବା ପ୍ରଭାବିତ ହୋଇଛି । ସେପଟେ ଅଚଳାବସ୍ଥା ଦୂର କରିବା ପାଇଁ ଆବଶ୍ୟକ ପଡିଲେ ବାହାରୁ ଡାକ୍ତର ଡକାଯିବ ବୋଲି ଏସସିବିତ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଏସସିବିରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଯେଉଁ ବ୍ୟବସ୍ଥା ଅଛି ତାହାକୁ କଡିକଡି ପାଳନ କରାଯାଉନାହିଁ ବୋଲି ଡାକ୍ତର ଅଭିଯୋଗ କରିଛନ୍ତି ।
ଏପରିକି ବିଳମ୍ବିତ ରାତିରେ ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସର ମେଡିକାଲରେ ଅନୁପସ୍ଥିତ ରହୁଥିବା ଯୋଗୁଁ ହାଉସ ସର୍ଜନ ଓ ପିଜି ଡାକ୍ତରଙ୍କ ଉପରେ କାର୍ଯ୍ୟଭାର ଅଧିକ ରହୁଥିବା ଡାକ୍ତର କହିଛନ୍ତି । ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନର ଲିଖିତ ପ୍ରତିଶୃତି ମିଳିଲେ ଆନ୍ଦୋଳନରୁ ହଟିବେ ବୋଲି ଡାକ୍ତର କହିଛନ୍ତି । ମଙ୍ଗଳବାର ରାତିରେ ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କ ମୃତ୍ୟୁପରେ ତାଙ୍କ ସମ୍ପର୍କୀୟ ମାନେ ଡାକ୍ତରଙ୍କୁ ଗାଳି ଗୁଳଜ କରିବା ସହ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଡାକ୍ତର । ତେବେ ଏହି ଘଟଣାରେ ପୁଲିସ ମଧ୍ୟ ପ୍ରତିକ୍ରୀୟା ରଖିଛି ତଦନ୍ତ ଚାଲିଥିବାବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/7-15.jpg)