କଟକ : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଦକୁ ନିଷିଦ୍ଧ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

113

କନକ ବ୍ୟୁରୋ : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଲ ଇଣ୍ଡିଆ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜ୍ୟରୁ ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ବିକ୍ଷୋଭ କରାଯାଇଛି ।

ଅଶ୍ଳୀଳ ସିଡ଼ି ସିନେମା ଓ ଦ୍ୱିଅର୍ଥ ବୋଧକ ସଂଗିତ ପ୍ରଚାର ପ୍ରସାର ବନ୍ଦ କରିବା ଦାବିରେ ବିକ୍ଷୋଭ କରାଯାଇଛି । ମହିଳାମାନଙ୍କ ଉପରେ ହେଉଥିବା ଯୌତୁକ ନିର୍ଯ୍ୟାତନ ରୋକିବା । ଏବଂ ମହିଳା ମାନଙ୍କ ଉପରେ ହେଉଥିବା ଦୁଷ୍କର୍ମରେ ଜଡିତ ଅପରାଧୀଙ୍କୁ କଡ଼ାଶାସ୍ତି ଦେବାର ଦାବି କରି ବିକ୍ଷୋଭ କରାଯାଇଛି ।