କନକ ବ୍ୟୁରୋ : ଓଡିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ପ୍ରଫେସର ଗଣେଶୀ ଲାଲ । ଦାୟିତ୍ୱଗ୍ରହଣ ଦିନରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସସି ଜମିର ରାଜ୍ୟପାଳ ପଦରୁ ଅବସର ନେବା ପରେ ବିହାରର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ଓଡିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏବେ ସେ ରାଜ୍ୟପାଳ ଥିବା ବେଳେ ତାଙ୍କୁ ଓଡିଶା ଦାୟିତ୍ୱରୁ ମୁକ୍ତ କରାଯିବ ଏବଂ ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ପ୍ରଫେସର ଗଣେଶୀ ଲାଲ । ବରିଷ୍ଠ ବିଜେପି ନେତା ପ୍ରଫେସର ଲାଲ ପୂର୍ବରୁ ହରିଆଣା ସିର୍ସାର ବିଧାୟକ ଥିଲେ । ଅନ୍ୟପଟେ କେରଳ ବିଜେପି ସଭାପତି କେ. ରାଜଶେଖରନଙ୍କୁ ମିଜୋରମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।

Advertisment

ଆସନ୍ତୁ ନଜର ପକାଇବା ନୂଆ ରାଜ୍ୟପାଳଙ୍କ କ୍ୟାରିଅର ଉପରେ ।

- ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଗଣେଶୀ ଲାଲ

- ବିଜେପିରେ ଯୋଗଦେବା ପରେ ୧୯୯୧ରେ ହରିଆଣା ସିର୍ସା ଆସନରୁ ଲଢିଥିଲେ

- ପୁଣି ୧୯୯୬ରେ ଲଢି ସେହି ଆସନରୁ ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ

- ୧୯୯୬ରୁ ୯୯ ବିଜେପି-ଏଚବିପି ମେଂଟ ସରକାରରେ ଖାଦ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ

- ପ୍ରଫେସର ଗଣେଶୀ ଲାଲ ହରିଆଣା ବିଜେପି ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି

- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶ ଘନିଷ୍ଠ ଭାବେ ଜଣାଶୁଣା ଗଣେଶୀ ଲାଲ

- ଗତ ମାର୍ଚ୍ଚରେ ହରିଆଣାରୁ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ସ୍ଥିର ହୋଇଥିଲା

- ଶେଷରେ ଓଡିଶା ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ