ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗ୍ରାହକଙ୍କ ସୁବିଧା ପାଇଁ ସମସ୍ତ ସୁବିଧା ଅନଲାଇନରେ ଉପଲବ୍ଧ କରୁଛି । ଏଥିରେ ଏକ ସୁବିଧା ମଧ୍ୟରେ ଗୋଟିଏ ହେଲା ଅନଲାଇନରେ ଆପଣ ସେଭିଂ ଆକାଉଂଟର ବ୍ରାଂଚ ବଦଳାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା . .
ଏସବିଆଇ ଆକାଉଂଟକୁ ଗୋଟିଏ ବ୍ରାଂଚରୁ ଅନ୍ୟ ବ୍ରାଂଚକୁ ଟ୍ରାନ୍ସଫର କରିବା ପାଇଁ ନେଟ୍ ବ୍ୟାଙ୍କିଂ ଆରମ୍ଭ କରିବା ଜରୁରୀ । ଯଦି ଅଛି, ତେବେ ଆପଣଙ୍କୁ ଏସବଆଇ ନେଟ୍ ବ୍ୟାଙ୍କିଂରେ ଲଗ୍ ଇନ୍ କରିବା ପାଇଁ ପଡ଼ିବ ।
/kanak/media/post_attachments/wp-content/uploads/2018/07/SBI-L-PTI-3-300x200.jpg)
୧. ଆପ୍ ଲଗ୍ ଇନ୍ ହୋଇଗଲା ପରେ ଆପଣଙ୍କ ହୋମ ପେଜରେ 'e-Services' ବିକଳ୍ପ ଦେଖାଯିବ । ଏହା ଉପରେ ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ ।
୨. 'e-Services' କ୍ଲିକ କରିବା ପରେ ଆପଣଙ୍କୁ 'Transfer of Savings Account ବିକଳ୍ପ ଚୟନ କରିବା ପାଇଁ ପଡ଼ିବ । ଏହି ଅପ୍ସନ ଆପଣଙ୍କୁ ବାମ ପଟେ ଦେଖାଯିବ ।
୩. ଏହି ବିକିଳ୍ପ ଉପରେ କ୍ଲିକ କରିବା ପରେ ଆପଣଙ୍କ ସାମ୍ନାରେ ଏକ ୱିଣ୍ଡୋ ଖୋଲିବ । ଉକ୍ତ ୱିଣ୍ଡୋରେ ଆପଣଙ୍କ ବର୍ତ୍ତମାନ ଏସବିଆଇ ଆକାଉଂଟର ଡିଟେଲ ଦେଖାଯିବ । ଆପଣ ଏଥିରେ ଉକ୍ତ ଆକାଉଂଟକୁ ଚୟନ କରନ୍ତୁ, ଯେଉଁଠାକୁ ଆପଣ ଟ୍ରାନ୍ସଫର କରିବା ପାଇଁ ଚାହୁଁଛନ୍ତି ।
୪. ଏବେ ଆପଣ ଯେଉଁ ଶାଖାକୁ ଖାତା ଟ୍ରାନ୍ସଫର କରିବା ପାଇଁ ଚାହୁଁଛନ୍ତି, ସେହି ବ୍ରାଂଚର କୋଡ଼ ଏଂଟର କରାନ୍ତୁ । ଏହାପରେ ''Get Branch name' ଉପରେ କ୍ଲିକ୍ କରନ୍ତୁ । ଏଠାରେ କ୍ଲିକ କରିବା ପରେ ବ୍ରାଂଚ ଡିଟେଲ ଆପଣଙ୍କ ସାମ୍ନାରେ ନଜର ଆସିବ ।
୫. ଏବେ ଆପଣଙ୍କୁ ଟର୍ମସ ଆଣ୍ଡ କଣ୍ଡିସନ ଆକ୍ସେସ୍ କରିବା ପାଇଁ ପଡ଼ିବ । ଏହାପରେ ଆପଙ୍କୁ ସବମିଟ୍ ବଟନ୍ ଦବାଇବାକୁ ପଡ଼ିବ । ସମସ୍ତ ଡିଟେଲ କନଫର୍ମ ହେବା ପରେ ଆପଣଙ୍କୁ କନଫର୍ମ କରିବା ପାଇଁ ପଡ଼ିବ ।
/kanak/media/post_attachments/wp-content/uploads/2018/01/suspects-malware-attack-300x219.jpg)
୬. କନଫର୍ମ କରିବା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ଉପରେ ଏକ ହାଇ ସିକ୍ୟୁରିଟି କୋଡ଼୍ ଆସିବ । ଏହି କୋଡ଼ ଏଂଟର କରିବା ପରେ ପୁଣି ଥିରେ ଆପଣଙ୍କୁ କନଫର୍ମ କରିବା ପାଇଁ ପଡ଼ିବ ।
୭. ଏହି କାମ କରିବା ପରେ ଏକ ନୂଆ ୱିଣ୍ଡୋ ଖୋଲିବ । ଯେଉଁଠି ବ୍ରାଂଚ ଟ୍ରାନ୍ସଫର କନଫର୍ମ ହେବା ପରେ ଆପଣଙ୍କ ପାଖକୁ ମେସେଜ ଆସିଯିବ ।