ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ଼ ସୋ’ରେ ମୋଦି-ମୋଦି ନାରା ! କଂଗ୍ରେସ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

316

କନକ ବ୍ୟୁରୋ : ସତ୍ତାକୁ ଆସିବା ପାଇଁ ପୁରା ଜୋର ଲଗେଇ ଦେଇଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷଙ୍କ ସମେତ କଂଗ୍ରେସ ମହାସଚିବ ମାରାଥନ୍ ପ୍ରଚାର କରୁଛନ୍ତି । ଲୋକଙ୍କ ନିକଟତର ହେବା ପାଇଁ କଂଗ୍ରେସ ଜୋରଦାର ପ୍ରୟାସ ଚଳାଇଛି । ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ସୁଅ ଛୁଟୁଛି । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ରୋଡ଼ ସୋ, ରାଲି ତଥା ନିର୍ବାଚନୀ ସଭାର ଆୟୋଜନ ହେଉଛି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଆଜି ଶେଷ ଦିନ । ଏହି ପରିପେକ୍ଷୀରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପଶ୍ଚିମ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ।

ବିଜନୌରରେ କଂଗ୍ରେସର ଏକ ରୋଡ଼ରେ ହଙ୍ଗାମା କରିଛନ୍ତି । ରୋଡ଼ ସୋ’ରେ ଭାରତୀୟ ଜନତା ପାର୍ଟ ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ନସିମୁଦ୍ଦିନଙ୍କ ସମର୍ଥନରେ ରୋଡ଼ ସୋ’ କରିଥିଲେ । ବିଜନୌରରେ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ଼ ସୋ ଚାଲିଥିବା ସମୟରେ କିଛି ବିଜେପି କାର୍ଯ୍ୟକର୍ତ୍ତା ଆସିଯାଇଥିଲେ । ଆଉ ପ୍ରିୟଙ୍କା ତାଙ୍କ ଆଡ଼କୁ ଇଙ୍କିତ କରିବା ସହ ହସି ହସି ଫୁଲ ଓ କଂଗ୍ରେସର ପତାକା ପକାଇଥିଲେ ।

India Today

ତା’ପରେ ଆରମ୍ଭ ହୋଇଗଲା ହଙ୍ଗାମା । ଚୌକିଦାର ଚୋର ହେ କହି କଂଗ୍ରେଅ କାର୍ଯ୍ୟକର୍ତ୍ତା ନାରା ଦେଉଥିବା ବେଳେ, ବିଜେପି କାର୍ଯ୍ୟକର୍ତ୍ତାମାନେ ମୋଦି ମୋଦିଙ୍କ ନାରା ଦେଇଥିଲେ । ସୂଚନାଯୋଗ୍ୟ ବିନୌନରରେ ୧୧ ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏହି ଆସନରୁ କଂଗ୍ରେସର ନସିମୁଦ୍ଦିନ ସିଦ୍ଦିକି, ବିଜେପିର କୁଂଅର ଭାରତେନ୍ଦ୍ର ସିଂ ଓ ବସପାର ମଲୁକ ନାଗର ମଧ୍ୟରେ କଡ଼ା ମୁକାବିଲା ହେବ ।