ଭାଇ ରାହୁଲଙ୍କ ଗଡରେ ପ୍ରିୟଙ୍କା ଗାନ୍ଧୀ ! ଆମେଠିରେ ଭାଇ ସପକ୍ଷରେ ଭୋଟ ମାଗୁଛନ୍ତି କଂଗ୍ରେସ ମହାସଚିବ

65

କନକ ବ୍ୟୁରୋ : ଭାଇ ରାହୁଲଙ୍କ ଗଡରେ ଭଉଣୀ ପ୍ରିୟଙ୍କାଙ୍କ ଶକ୍ତି ପ୍ରଦର୍ଶନ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରିୟଙ୍କା ଆମେଠି ଓ ରାୟବରେଲି ଗସ୍ତରେ ରହିବେ । ତେଗେ ଗସ୍ତର ପ୍ରଥମ ଦିନରେ ପ୍ରିୟଙ୍କା ଆମେଠିରେ ରୋଡ ଶୋ କରୁଛନ୍ତି । ଦୀର୍ଘ କିଲୋମିଟର ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜନସଭାକୁ ପ୍ରିୟଙ୍କା ସମ୍ବୋଧିତ କରିବା ସହ ଦଳୀୟ କର୍ମୀ ଓ ନେତାଙ୍କ ସହ ପ୍ରିୟଙ୍କା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରିୟଙ୍କା ଅମେଠିରେ ପହଁଚିବା ପରେ ଏକପ୍ରକାର ଜନସମୂଦ୍ର ଦେଖିବାକୁ ମିଳଛି । ଏଥର ରାହୁଲଙ୍କ ପାଇଁ ଆମେଠିରେ ଡବଲ ଚ୍ୟାଲେଞ୍ଜ ରହିଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛି କଂଗ୍ରେସ ।

ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କଡା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ପୁଅ ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ଏହା ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏପରିକି କଂଗ୍ରେସର ବିଦ୍ରୋହି ନେତାଙ୍କୁ ସମାଜବାଦୀ ପାର୍ଟି ସମର୍ଥନ କରୁଥିବା ଜଣାପଡିଛି । କଂଗ୍ରେସ ନେତା ହାଜି ସୁଲତାନ ଖାନଙ୍କ ପୁଅ ହାଜି ହରୁନ ରଶିଦ୍ ରାହୁଲଙ୍କ ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ହାଜି ସୁଲତାନ ୧୯୯୧ରେ ରାଜୀବ ଗାନ୍ଧି ଓ ୧୯୯୯ରେ ସୋନିଆ ଗାନ୍ଧିଙ୍କ ନାମାଙ୍କନପତ୍ରରେ ଜଣେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ୬.୫ ଲକ୍ଷ ମୁସଲିମ୍ ଭୋଟର ଅଛନ୍ତି । ତେଣୁ ଗଡ ରକ୍ଷା କରିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ।