କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସାଂଘାତିକ ଅଭିଯୋଗ ! ନିର୍ବାଚନ ଜିତିବା ପାଇଁ ଟଙ୍କା, ଶାଢ଼ୀ ଓ ଜୋତା ବାଣ୍ଟୁଛି ବିଜେପି

195

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ସରଗରମ ମାହୋଲ ଭିତରେ ଆରୋପ ପ୍ରତ୍ୟାରୋପର ପର୍ବ ଲଗାତାର ଜାରି ରହିଛି । ଜାତୀୟ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଆଉ ଏଥି ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସାମ୍ବାଦିକଙ୍କ ସହ କଥା ହେଲାବେଳେ ପ୍ରିୟଙ୍କା କହିଛନ୍ତି, ବିଜେପି ନେତାମାନେ ଆମେଠିରେ ନିର୍ବାଚନ ଜିତିବା ପାଇଁ ବହୁତ ନିମ୍ନ ସ୍ତରକୁ ଚାଲିଯାଇଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରୀତିମତ ଉଦ୍ୟମ ଚଳାଇଛି ବିଜେପି । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସାଢ଼ୀ, ଜୋତା ଓ ଟଙ୍କା ବଂଟାଯାଉଛି ।

ଏହସହ ପ୍ରିୟଙ୍କା କହଛନ୍ତି, ଆମେଠି ରାୟବରେଲିର ଲୋକଙ୍କ ଆତ୍ମସମ୍ମାନ ରହିଛି । ସେମାନେ କେବେ ବିଜେପି ନେତାଙ୍କ ଦ୍ୱାରା ପ୍ରଭାବିତ ହେବେନାହିଁ । ଆମେ ଶିକ୍ଷା, ରୋଜଗାର ଓ ସ୍ୱାସ୍ଥ୍ୟ ମୁଦ୍ଦା ନେଇ ନିର୍ବାଚନ ଲଢ଼ୁଛୁ । କିନ୍ତୁ ବିଜେପି ସବୁବେଳେ ଓଲଟା କାମ କରିଛି । ଜନତାଙ୍କ କଥା ନଶୁଣି ବିଜେପି ସରକାର ଜନତାଙ୍କୁ ଦମନ କରିବା ପାଇ ଚେଷ୍ଟା କରିଛି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ଟକ୍କର ଦେଉଛନ୍ତି ମୋଦି ସରକାରଙ୍ ମନ୍ତ୍ରୀ ସ୍ମୃତି ଇରାନୀ ।