ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କର ଟେଲିଭିଜନ ସୋ ‘କ୍ୱାଣ୍ଟିକୋ’ ସିଜିନ ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ‘କ୍ୱାଣ୍ଟିକୋ’ର ଯେଉଁ ଏପିସଡ ପ୍ରସାରଣ ହୋଇଥଲା ସେଥିରେ ପ୍ରିୟଙ୍କା ବହୁତ ହଟ୍ ଅବତାରେ ଦେଖାଦେଇଛନ୍ତି । ଏହି ଏପିସୋଡରେ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଜ୍ୟାକ ମକଲାଫଲିଙ୍ଗଙ୍କର ସହ ଜବରଦସ୍ତ ଚୁମ୍ବନ ଦୃଶ୍ୟ ସୁଟ ହୋଇଥିଲା । ସର୍ବସାଧାରଣ ସ୍ଥାନରେ ଉଭୟେ ଖୁବ ସହଜରେ ଏହି ଲିପଲକ୍ ଦୃଶ୍ୟ କରିଥିଲ ।
ଉକ୍ତ ଚୁମ୍ବନ ଦୃଶ୍ୟ ମିଡିଆରେ ବହୁତ ଶ୍ରୀଘ୍ର ଭାଇରାଲ ହୋଇଛି । ଏହି ଦୃଶ୍ୟ ‘କ୍ୱାଣ୍ଟିକୋ ସିଜିନ ୨’ର ୧୪ ତମ ଏପିସୋଡରରେ ଦେଖାଯାଇଥଲା । ଏହା ପୂର୍ବରୁ ପ୍ରଥମ ସିଜିନରେ ମଧ୍ୟ ପ୍ରିୟଙ୍କା ଚୋପ୍ରା ଅନେକ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ । ସେହି ସମୟରେ ମଧ୍ୟ ଉକ୍ତ ସିଜିନର ଫଟୋ ଓ ଭିଡିଓ ବହୁତ ଭାଇରାଲ ହୋଇଥିଲା । ଦ ଏହି ଟେଲିଭିଜନ ସୋ'ରେ ପ୍ରିୟଙ୍କା ଜଣେ ସିଆଇଏ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/5532.jpeg)