ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ ହେବ ହଲିଉଡ ସିନେମା ବେୱାଚ୍ । ଏଥିରେ ମୁଖ୍ୟ ଭୁମିକାରେ ଡ୍ୱାନେ ଜନସନ, ଜାକ ଏଫରନ ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଅଭିନୟ କରିଛନ୍ତି । ଟ୍ରେଲର ମାଧ୍ୟମରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସେଠ୍ ଗୋଡାର୍ନ । ସେହିପରି ଆଜି ରିଲିଜ ହେବାକୁ ବଲିଉଡ ସିନେମା ଯାଉଛି ‘ଦୋବାରା’ ।
ଏହି ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ହୁମା କୁରେଶୀ, ଲିସା ରାୟ ଓ ସାକିବ୍ ସଲିମ୍ । ଏହି ସିନେମାକୁ ନିର୍ଦ୍ଦେର୍ଶନା ଦେଇଛନ୍ତି ପ୍ରାବାଲ ରମନ୍ । ୨୦୧୩ରେ ମୁକ୍ତିଲାଭ କରିଥିବା ଆମେରିକାନ ସିନେମା ଓକୁଲସରୁ ‘ଦୋବାରା’ର କାହାଣୀ ଆଧାରିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/baywatch.jpg)