କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚର୍ତୁବେଦୀ : ୟୁପିରେ କିଛି କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟିବା ନେଇ ଥିଲେ ଅସନ୍ତୁଷ୍ଟ

282

କନକ ବ୍ୟୁରୋ : କଂଗ୍ରେସରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି । ତେବେ ଇସ୍ତଫା ଦେବା ପୂର୍ବରୁ ଟୁଇଟର ପ୍ରୋଫାଇଲରୁ ପ୍ରିୟଙ୍କା, କଂଗ୍ରେସ ମୁଖପାତ୍ର ହଟାଇଦେଇଥିଲେ । ପୂର୍ବରୁ ପ୍ରିୟଙ୍କାଙ୍କ ଟୁଇଟର ପେଜରେ ଜାତୀୟ କଂଗ୍ରେସ ପ୍ରବକ୍ତା ଲେଖାଥିଲା । ଯାହାକୁ ଆଜି ପ୍ରିୟଙ୍କା ନିଜେ ହଟାଇଦେଇଛନ୍ତି । ଗତ ୧୭ ତାରିଖରେ ଟୁଇଟ କରି କଂଗ୍ରେସ ପ୍ରତି ନିଜର ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ପ୍ରିୟଙ୍କା ।

 

ମଥୁରାର ସ୍ଥାନୀୟ ନେତା ଦୁର୍ବ୍ୟବହାର କରିଥିବାନେଇ ସେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଦଳ ପାଇଁ ଯିଏ ଅନେକ କଠିନ ପରିଶ୍ରମ କରୁଛି ତାକୁ ଅଣଦେଖା କରାଯାଉଛି । ସୂଚନା ଅନୁଯାୟୀ ୨୦୧୮ ସେପ୍ଟେମ୍ବରରେ ପ୍ରିୟଙ୍କା ମଥୁରାରେ ଏକ ପ୍ରେସମିଟ କରୁଥିଲେ । ସେହି ସମୟରେ କିଛି ସ୍ଥାନୀୟ ନେତା ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ସେ ଅଭିଯୋଗ କରିବା ପରେ ଦଳ ପକ୍ଷରୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କିନ୍ତୁ ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା । ଯାହା ତାଙ୍କୁ ଆଘାତ ଦେଇଛି ବୋଲି ସେ କହିଛନ୍ତି ।