ନିର୍ବାଚନ ପରେ ବାରଣାସୀରେ ନମୋ : କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

292

କନକ ବ୍ୟୁରୋ : ବାରଣାସୀରେ ଏନଡିଏ ନେତା ନରେନ୍ଦ୍ର ମୋଦି । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ସେଇଥିପାଇଁ ବାରଣାସୀର ଜନତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋଦି ଏହି ଗସ୍ତ କରିଛନ୍ତି । ନିଜ ନିର୍ବାଚନମଣ୍ଡଳି ବାରଣାସୀରେ ପହଂଚିବା ପରେ ମୋଦି ସଡକ ପଥରେ ବାଂସଫାଟକ ଯାଏଁ ଯାଇଛନ୍ତି । ତାଙ୍କ ଶୋଭାଯାତ୍ରା ସହରର ବିଭିନ୍ନ ପଥ ଦେଇଯିବା ପରେ ମୋଦି କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚନା କରିଛନ୍ତି । ସେ ବିଜେପି କର୍ମକର୍ତାଙ୍କ ଏକ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ବାରଣାସୀରେ ସୁରକ୍ଷା କଡାକଡି କରାଯାଇଛି । ମୋଦିଙ୍କ ଶୋଭାଯାତ୍ରା ଯିବାକୁ ଥିବା ରାସ୍ତାରେ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ରବିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି ଆଲୋଚନା କରିଥିଲେ । ଏପରିକି ନିଜେ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ନିର୍ବାଚନ ପରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ଭବ୍ୟ ସ୍ୱାଗତ କରିବା ପାଇଁ ଯୋଗୀ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ।