କଟକ ନରସିଂହପୁର ମା ବ୍ରାହ୍ମଣୀଦେଇ ମନ୍ଦିରରେ ହତ୍ୟାକାଣ୍ଡ । ଅଭିଯୁକ୍ତ ପୂଜକଙ୍କ ଆତ୍ମସମର୍ପଣ । କହିଲେ, କରୋନା ଦୂର କରିବାପାଇଁ ବଳି ପକାଇବାକୁ ହୋଇଥିଲା ସ୍ୱପ୍ନାଦେଶ ।

Advertisment
କଟକ ନରସିଂହପୁର ମା ବ୍ରାହ୍ମଣୀଦେଇ ମନ୍ଦିରରେ ହତ୍ୟାକାଣ୍ଡ । ଅଭିଯୁକ୍ତ ପୂଜକଙ୍କ ଆତ୍ମସମର୍ପଣ । କହିଲେ, କରୋନା ଦୂର କରିବାପାଇଁ ବଳି ପକାଇବାକୁ ହୋଇଥିଲା ସ୍ୱପ୍ନାଦେଶ ।

କନକ ବ୍ୟୁରୋ : କଟକ ନରସିଂହପୁରରେ ମନ୍ଦିରରେ ବୀଭତ୍ସ ହତ୍ୟାକାଣ୍ଡ । ମା ବ୍ରାହ୍ମଣୀ ଦେଇ ମନ୍ଦିରର ପୂଜକ କରୋନା ପାଇଁ ବଳି ପକାଇଥିବା ଆଠଗଡ ଏସଡିପିଓ କହିଛନ୍ତି । କରୋନା ରୋଗକୁ ଦୂର କରିବା ପାଇଁ ପୂଜକକୁ ସ୍ୱପ୍ନାଦେଶ ହୋଇଥିଲା । ଏଥିପାଇଁ ସେହି ଗାଁର ସରୋଜ କୁମାର ପ୍ରଧାନକୁ ବଳି ପକାଇଥିବା କହିଛି ଅଭିିଯୁକ୍ତ । ବଳି ପକାଇବା ପରେ ପୂଜକ ଜଣକ ଥାନାରେ ଆତ୍ମସମର୍ପଣ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।

ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ବନ୍ଧ ନିକଟରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମୁଣ୍ଡ ଗଣ୍ଡି ଅଲଗା ଅବସ୍ଥାରେ ଗ୍ରାମର ସରୋଜ ପ୍ରଧାନଙ୍କ ମୃତ ଦେହ ଉଦ୍ଧାର କଲା ପୁଲିସ। ଅଭିଯୁକ୍ତ ବନ୍ଧହୁଡା ବ୍ରାହ୍ମଣୀ ଦେଇ ମନ୍ଦିର ପୂଜକ ସଂସାରୀ ଓଝା ଗତକାଲି ବିଳମ୍ବିତ ରାତିରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହାପରେ ନରସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଣେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe