କନ୍ଧମାଳର ଗର୍ବ ‘ଝୁଲିମା’ : ସମାଜରୁ କୁପ୍ରଥା ଶେଷ କରିବା ଦିଗରେ ଅଦିବାସୀ ଝିଅର ଅଦମ୍ୟ ଚେଷ୍ଟାକୁ ସମ୍ମାନ, ବାଲ୍ୟ ବିବାହ ରୋକି ଜାତୀୟ ସ୍ତରରେ ପୁରସ୍କୃତ ଓଡିଆ ଝିଅ

321

କନକ ବ୍ୟୁରୋ : ବାଲ୍ୟ ବିବାହ ପ୍ରଥାକୁ ସମାଜରୁ ଶେଷ କରିବା ଦିଗରେ ଅଦିବାସୀ ଝିଅଙ୍କ ଅଦମ୍ୟ ଚେଷ୍ଟା । ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଜିଲ୍ଲାରେ ୧୨ଟି ବାଲ୍ୟ ବିବାହ ରୋକି ଦିଲ୍ଲୀ ୟୁଏନ କକ୍ଷରେ ସମ୍ମାନୀତ ହୋଇଛନ୍ତି ଆଦିବାସୀ ଝିଅ ଝୁଲିମା ମଲିକ ।

କନ୍ଧମାଳ ଜିଲ୍ଲାର ଆଦିବାସୀ ଝିଅ ଝୁଲିମା ମଳିକ । ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମାଜରୁ ଉଚ୍ଛେଦ କରିବା ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି ଝୁଲିମା । ଏହାସହ ଜିଲ୍ଲାରେ ୧୨ ଟି ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛନ୍ତି ଝୁଲିମା । ଯାହା ପାଇଁ ଜାତୀୟ ମଂଚରେ ସମ୍ନାନୀତ ହୋଇଛନ୍ତି ଏହି ଆଦିବାସୀ ଝିଅ । ଦିଲ୍ଲୀ ୟୁଏନ୍ ହାଉସରେ ସମ୍ମାନଜନକ ‘ଭି’ଆୱାର୍ଡ ହାତେଇ ଓଡିଶାକୁ ଗର୍ବିତ କରିଛନ୍ତି ଝୁଲିମା ।

କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲ ବାନ୍ଦୁଡି ଭଳି ଏକ ମଫସଲ ଗାଁରେ ଜନ୍ମ ଝୁଲିମାଙ୍କର । ଉଚ୍ଚଶିକ୍ଷା ପାଇଁ ପିଲାଟି ଦିନରୁ ସ୍ୱପ୍ନ ଦେଖିଥିଲେ ଝୁଲିମା । ହେଲେ ଦଶମ ଶ୍ରେଣୀରେ ତାଙ୍କ ପାଠପଢାରେ ଡୋରି ବନ୍ଧାହୋଇ ବାଲ୍ୟ ବିବାହର ଶୀକାର ହୋଇଥିଲେ । ସେବେଠାରୁ ସେ ଶପଥ ନେଇଥିଲେ ସମାଜରୁ ବାଲ୍ୟବିବାହ ପ୍ରଥାକୁ ରୋକିବେ । ତାଙ୍କର ଏହି ନିର୍ଭିକ ପ୍ରଚେଷ୍ଟାକୁ କନ୍ଧମାଳର ବିଭିନ୍ନ ସଙ୍ଗଠନ ସ୍ୱାଗତ କରିଛନ୍ତି । ଦେଶର ମୋଟ ଦଶ ଜଣ ଏବଂ ଓଡିଶାରୁ କେବଳ ମାତ୍ର ଜଣେ ଏହି ସମ୍ମାନଜନକ ପୁରସ୍କାର ହାତେଇଛନ୍ତି । ଯାହାପାଇଁ ଝୁଲିମାଙ୍କ ପ୍ରଶଂସା କରିଛନ୍ତି ବାଲିଗୁଡା କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜଜ, ଏସଡିଜିଏମ୍ ଓ ବାର ଆସୋସିଏସନର ଆଇନଜୀବୀ ।

ନିଜ ନିର୍ଭିକ ପଣିଆ ଏବଂ ବାଲ୍ୟ ବିବାହ ଭଳି ଏକ କୁସଂସ୍କାରକୁ ସମାଜରେ ରୋକିବା ଦିଗରେ ଝୁଲିମାଙ୍କ ପ୍ରଚେଷ୍ଟାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।