ଆସନ୍ତା ୨୭ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି : ସୁରକ୍ଷା ନେଇ ଡିଜି କ୍ୟାମ୍ପ ଅଫିସରେ ବୈଠକ, ୨୮ରେ ଗୋପାଳପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବେ ଯୋଗ

2,781
କନକ ବ୍ୟୁରୋ : ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।  ଆସନ୍ତା ୨୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ୨୮ ତାରିଖରେ ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ  ରାଷ୍ଟ୍ରପତି । ଏହାକୁ ନେଇ ଡିଜି କ୍ୟାମ୍ପ ଅଫିସରେ  ଡିଜି ବୈଠକ କରିଛନ୍ତି ।  ଏଥିରେ ସ୍ପେଶାଲ ଡିଜି ସୁନୀଲ ରାୟ , ଆଇଜି ଅପରେସନ, କୋଷ୍ଟଗାର୍ଡ ଏଡିଜି, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ସିଆଇଏସଫ ଓ ପୋଲିସ କମିଶନର ଉପସ୍ଥିତି ଥିଲେ । ବିଶେଷକରି ସୁରକ୍ଷା ନେଇ ଏଥିରେ ଆଲୋଚନା ହୋଇଛି ।
ସୂଚନା ଅନୁସାରେ  ସେପ୍ଟେମ୍ବର ୨୭ ସନ୍ଧ୍ୟା ୬ଟା ସମୟରେ  ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବେ । ଆଉ ତା’ପରେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ  ରାଷ୍ଟ୍ରପତି । ସେଠାରେ ରାତ୍ରିଯାପନ କରିବେ । ଆଉ ତା’ପରଦିନ ୨୮ ତାରିଖ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଗୋପାଳପୁର ଆର୍ମି ଅଫିସ୍‌ ଯିବେ । ସେଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି ।

Comments are closed.