କନକ ବ୍ୟୁରୋ : ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ୨୮ ତାରିଖରେ ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏହାକୁ ନେଇ ଡିଜି କ୍ୟାମ୍ପ ଅଫିସରେ ଡିଜି ବୈଠକ କରିଛନ୍ତି । ଏଥିରେ ସ୍ପେଶାଲ ଡିଜି ସୁନୀଲ ରାୟ , ଆଇଜି ଅପରେସନ, କୋଷ୍ଟଗାର୍ଡ ଏଡିଜି, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ସିଆଇଏସଫ ଓ ପୋଲିସ କମିଶନର ଉପସ୍ଥିତି ଥିଲେ । ବିଶେଷକରି ସୁରକ୍ଷା ନେଇ ଏଥିରେ ଆଲୋଚନା ହୋଇଛି ।
ସୂଚନା ଅନୁସାରେ ସେପ୍ଟେମ୍ବର ୨୭ ସନ୍ଧ୍ୟା ୬ଟା ସମୟରେ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବେ । ଆଉ ତା’ପରେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ ରାଷ୍ଟ୍ରପତି । ସେଠାରେ ରାତ୍ରିଯାପନ କରିବେ । ଆଉ ତା’ପରଦିନ ୨୮ ତାରିଖ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଗୋପାଳପୁର ଆର୍ମି ଅଫିସ୍ ଯିବେ । ସେଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/b758e2dcbf9e11e7eb122e0e57da6e21.jpg)