ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ସହ ଦେଖିଲେ ସିନେମା ‘ପିଙ୍କ’

50

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ତାପସୀ ପନ୍ନୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ସେମାନଙ୍କ ଅଭିନୀତ ସିନେମା ‘ପିଙ୍କ’ ଦେଖିଛନ୍ତି । ଅନିରୁଦ୍ଧ ରାୟ ଚୌଧରୀ ଦ୍ୱାରା ନିର୍ଦ୍ଦେଶିତ ଏହି ସିନମାକୁ ଦେଖିବା ପାଇଁ ‘ପିଙ୍କ’ର ସବୁ କଳାକାରଙ୍କୁ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରିତ କରାଯାଇଥିଲା । ବିଗତ ବର୍ଷ ରିଲିଜ ହୋଇଥିବା ସିନେମା ‘ପିଙ୍କ’ ଦର୍ଶକଙ୍କ ଠାରୁ ତଥା ସିନେଦୁନିଆରୁ ମଧ୍ୟ ବହୁତ ତାରିଫ ପାଇଥିଲା । ଏହି ସିନେମାରେ ଅମିତାଭ ବଚ୍ଚନ,ଅଙ୍ଗଦ ବେଦୀ, ତାପସୀ ପନ୍ନୁ, କୀର୍ତ୍ତି କୁଲହାଡି, ଏଣ୍ଡ୍ରିଆ ତାରିଆଙ୍ଗ, ପିୟୁଷ ମିଶ୍ରା ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।