କନକ ବ୍ୟୁରୋ : ସାରା ଦେଶରେ ଆଜି ୭୧ତମ ସାଧାରଣତନ୍ତ୍ର ଦିବସର ଧୁମ୍ । ସବୁଠିଫର୍ଫର୍ହୋଇଉଡୁଛିତ୍ରିରଙ୍ଗା।୨୬ ଜାନୁୟାରେ ଦେଶର ଜାତୀୟ ପର୍ବ । ଦିଲ୍ଲୀରୁପଲ୍ଳୀ, ସବୁଠିସାଧାରଣତନ୍ତ୍ରଦିବସପାଳନପାଇଁସମସ୍ତଙ୍କମନରେବେଶ୍ଉତ୍ସାହ।୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଏହି ରାଷ୍ଟ୍ରୀୟ ଉତ୍ସବର ମୁଖ୍ୟ ଅତିଥି ବ୍ରାଜିଲ୍ର ରାଷ୍ଟ୍ରପତି ଜାଇର୍ ବୋଲ୍ଜୋନାରୋଙ୍କ ସହ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚିବା ପରେ ତିନି ପ୍ରତିରକ୍ଷା ବଳ ସେମାନଙ୍କୁ ସ୍ୱାଗତ ଜଣାଇ ରାଷ୍ଟ୍ରପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ।
ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ ସହ ୨୧ଟି ତୋପ ସଲାମୀ ଦିଆଯାଇଥିଲା । ପରେ ପରେ ଆକାଶରୁ ଏମ୍ଆଇ-୧୭ ଭି-୫ ହେଲିକପ୍ଟର୍ ସବୁ ରାଜପଥରେ ପୁଷ୍ପ ବୃଷ୍ଟି କରିଥିଲେ। ‘ସିଆର୍ପିଏଫ୍’ର ବାଇକ୍ ଆରୋହୀ ମହିଳା ଟିମ୍ ପ୍ରଥମ ଥର ଲାଗି ରାଜପଥରେ ଡେୟାର୍ ଡେଭିଲ୍ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥିଲେ ।
ଏହାପରେ ଫାର୍ଷ୍ଟ ମାଚିଙ୍ଗ୍ କଣ୍ଟିଜେଣ୍ଟ୍, ପରାସୁଟ୍ ରେଜିମେଣ୍ଟ୍ ରାଜପଥରେ ପରେଡ୍ ପ୍ରଦର୍ଶନ କରିଥିଲେ। ସେମାନଙ୍କ ପଛକୁ ନୌସେନା କଣ୍ଟିଜେଣ୍ଟ୍ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବାପୂର୍ବକ ମାର୍ଚ ପାଷ୍ଟ୍ କରିଥିଲେ । ସେମାନଙ୍କ ପଛକୁ ଆସିଥିଲା ନୌସେନାର ପ୍ରଜ୍ଞାପନ ମେଢ଼। ତା’ପରେ ପରେ ରାଜପଥରେ ଗଡ଼ିଥିଲା ବାୟୁସେନାର ପ୍ରଜ୍ଞାପନ ମେଢ଼ ।