ରୋଗୀଙ୍କ ଅସୁବିଧା ଦୂର କରିବାକୁ ଉଦ୍ୟମ : ଓଡିଆ ଭାଷାରେ ଡାକ୍ତର ଲେଖୁଛନ୍ତି ଡାକ୍ତରୀ ଚିଠା,  ମାତୃଭାଷାରେ କରୁଛନ୍ତି ନାଁ ପଞ୍ଜୀକରଣ

404

କନକ ବ୍ୟୁରୋ : ଓଡିଆ ଭାଷାରେ ଡାକ୍ତର ଲେଖୁଛନ୍ତି ଡାକ୍ତରୀ ଚିଠା । ଏମିତି ଜଣେ ଡାକ୍ତରଙ୍କୁ ଦେଖିବାକୁ ମିଳିଛି କଟକ ଜିଲ୍ଲା କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଓଡିଆ ଭାଷାକୁ ଗୁରୁତ୍ୱ ଦେବା ସହିତ ଓଡିଆ ଭାଷାରେ କରୁଛନ୍ତି ନାମ ପଞ୍ଜୀକରଣ । ଏପରି କରିବା ଦ୍ୱାରା ରୋଗୀମାନଙ୍କୁ ବୁଝିବାକୁ ସହଜ ହେବ ବୋଲି କହିଛନ୍ତି ଡାକ୍ତର ।

ଇଂରାଜୀ ଭାଷାକୁ ନେଇ ରୋଗୀମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ଏଭଳି ପ୍ରୟାସ ଜାରି ରଖିଛନ୍ତି ଡାକ୍ତର । ଔଷଧର ନାମ, ସେବନ ପ୍ରଣାଳୀ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଓଡିଆରେ ଲେଖାଯାଇଥିବାରୁ ସେମାନଙ୍କର କୌଣସି ଅସୁବିଧା ହୁଏ ନାହିଁ ବୋଲି ରୋଗୀମାନେ କହିଛନ୍ତି ।