ନିଜ ଦାୟିତ୍ୱ ନିଜେ ନିଅନ୍ତୁ । ବିଏମସି ପାଇଁ ବଡ଼ ଆହ୍ୱାନ । ହଟସ୍ପଟ ଜିଲ୍ଲାରୁ ଲୋକ ଆସୁଥିବାରୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୧୦ ଦିନରେ ଚିହ୍ନଟ ହୋଇଥିବା ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ହସ୍ପିଟାଲରୁ ୬୧ ଜଣ 

378

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାବେଳେ କୋଭିଡ଼ି ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଆହ୍ୱାନ । ଆଜି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି । ହଟସ୍ପଟ ଜିଲ୍ଲାରୁ ଅନେକ ଲୋକ ଭୁବନେଶ୍ୱର ଆସୁଛନ୍ତି, ଯାହା ବିଏମସି ପାଇଁ ବଡ଼ ଆହ୍ୱାନ । ବସ୍ତି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି  । ସ୍ଲମ କମିଟି ଗୁଡ଼ିକ ସକରୋନା ମୁକାବିଲା ସହଯୋଗ କରୁଛନ୍ତି । ଆଉ ଏକ ବଡ଼ କଥା ହେଲା ବସ୍ତି ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ହୋମ କ୍ୱାରେଣ୍ଟିନକୁ ଅନୁମତି ନାହିଁ ।

ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୬୪୦ ମାମଲା ରହିଛି ।  ସେଥିମଧ୍ୟରୁ ୩୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୩୧୭ଟି ସକ୍ରିୟ ମାମଲା ରହିଛି  । ଜୁଲାଇ ୧ରୁ ଜୁଲାଇ ୧୦ ମଧ୍ୟରେ ହିଁ ୩୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ହସ୍ପିଟାଲ ଲିଙ୍କରୁ ୬୧, ଟ୍ରାଭେଲ୍ ହିଷ୍ଟ୍ରି କିମ୍ବା ହଟସ୍ପଟ୍ ଜିଲ୍ଲାରୁୁ ୨୧୨ ଓ ୩୭ ଟି ମାମଲା ସ୍ଥାନୀୟ ସଂକ୍ରମିତ ।

ଶନିବାର ଓ ରବିବାର ସଟଡାଉନ ଥିବା ଯୋଗୁଁ ଶୁକ୍ରବାର ଭିଡ଼ ବଢ଼ୁଛି । ବଜାରେ ସାମାଜିକ ଦୂରତ୍ୱ ରଖୁନାହାନ୍ତି ରାଜଧାନୀବାସୀ । ଆଶାନୁରୂପ ଭାବେ ଲୋକଙ୍କ ସମର୍ଥନ ମିଳୁନି । ସଫଳତାର ସହ କରୋନା ମୁକାବିଲା ପାଇଁ ନିଜ ଦାୟିତ୍ୱ ନିଜେ ନେବାକୁ ପଡ଼ିବ ବୋଲି କହିଛନ୍ତି ବିଏମସି କମିସନର । ମାର୍କେଟ ଭିଡ଼ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା ସହ ସାମଜିକ ଦୂରତ୍ୱକୁ ପାଳନ କରନ୍ତୁ ଓ ନିୟମିତ ଭାବେ ସାନିଟାଇଜର୍ ବ୍ୟବହାର କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

– ନିଜ ଦାୟିତ୍ୱ ନିଜେ ନେବା
– ବହୁତ ଲୋକ ଥିଲେ ଦୂରେଇ ରୁହନ୍ତୁ
– ଅନଲାଇନ୍ ସୁବିଧାର ଲାଭ ଉଠାନ୍ତୁ
– ଅତି ଦରକାରୀ ନହେଲେ ମେଡ଼ିିସିନ୍ ପାଇଁ ବାହାରକୁ ଯାହାନ୍ତୁ ନାହିଁ ।
– ଆବଶ୍ୟକ ସ୍ଥଳେ ଟେଲିମେଡ଼ିସିନ ବ୍ୟବସ୍ଥାର ଲାଭ ଉଠାନ୍ତୁ
– ୧୦୪ ହେଲ୍ପ ଲାଇନ୍ ବ୍ୟବହାର କରନ୍ତୁ
– ମାସ୍କ ଏବଂ ସାନିଟାଇଜର ନିୟମିତ ବ୍ୟବହାର କରନ୍ତୁ