ଭାଇରାଲ ହେଲା ପ୍ରୀତି ଜିଂଟାଙ୍କ ଭିଡିଓ ! ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି

30

ଚର୍ଚ୍ଚାରେ ପ୍ରୀତି ଜିଂଟାଙ୍କ ଭିଡିଓ । ରବିବାର ଦିନ ଆଇପିଏଲର ପ୍ଲେ ଅଫ୍ ତାଲିକା ଫାଇନାଲ ହୋଇଥିବା ବେଳେ ଏହି ସମୟରେ ଭାଇରାଲ ହୋଇଛି ପ୍ରୀତିଙ୍କ ଏହି ଭିଡିଓ । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାର ହୋଇଯାଇଥିବା ନେଇ ପ୍ରୀତି ଖୁସି ଥିବା ସମସ୍ତେ କହୁଛନ୍ତି । ତେବେ ସୋସିଆଲ ମିଡିଆରେ ଏବେ ସେହି ଗୋଟିଏ ପ୍ରଶ୍ନ ଯେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାହାରି ଯିବା ପରେ କଣ ପ୍ରୀତି ଜିଂଟା ଖୁସି ଅଛନ୍ତି । ତେବେ ଏହି ଭିଡିଓ ଦେଖି ଲୋକେ ଏହା ଭାବୁଥିବା ବେଳେ ଏନେଇ କିଛି ସ୍ପଷ୍ଟ ଜଣା ପଡୁନାହିଁ ।

ତେବେ ଲୋକଙ୍କ ଏହି ପ୍ରଶ୍ନ ପରେ ଏହାର ଜବାବ ରଖିଛନ୍ତି ପ୍ରୀତି । ସେ କହିଛନ୍ତି ଯେ, ମୁମ୍ବାଇ ମ୍ୟାଚ ହାରିବା ପରେ ହିଁ ତାଙ୍କ ଦଳ ମାନେ କିଙ୍ଗସ ଇଲେଭନ ପଂଜାବ ପ୍ଲେ ଅଫକୁ ଯିବାର ସୁଯୋଗ ଥିଲା ସେଥିପାଇଁ ସେ ଖୁସିଥିଲେ । ୫୬ଟି ଶାନଦାର ମ୍ୟାଚ ପରେ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ, ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଶ୍ରେଷ୍ଠ ୪ଟି ଦଳ ଭାବେ ଉଭା ହୋଇଛନ୍ତି । ଅପରପକ୍ଷରେ ଦିଲ୍ଲୀ ଡେୟାର ଡେଭିଲ,ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁର, ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭନ ପଂଜାବ ପ୍ରତିଯୋଗିତାକୁ ବାଦ୍ ପଡିଛନ୍ତି ।