ପୁଣି ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ନପହଞ୍ଚିିବାରୁ ୩ଜଣ ଗର୍ଭବତୀ ଚାଲିଲେ ୧୭ କିଲୋମିଟର,ରାୟଗଡା ଜିଲ୍ଲା ମୁନିଗୁଡାରୁ ବ୍ଲକରୁ ଆସିଲା ଅଭାବନୀୟ ଚିତ୍ର 

139

କନକ ବ୍ୟୁରୋ : ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା ।  ଆମ୍ବୁଲାନ୍ସ ପଂହଚିପାରି ଲାନି, ଆଉ ୧୭ କିଲୋମିଟର ପାଦରେ ଚାଲିଚାଲି ଗଲେ ୧୭ କିଲୋଟମିର ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା  ମୁନିଗୁଡା ବ୍ଲକର  ଦୁର୍ଗମ ରଘୁବରୀ ପଂଚାୟତରେ ।  ପଚାୟତର ବାରିଙ୍ଗପଦର ଗାଁର ବଲେ ମାଝିଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ରାସ୍ତା ଖରାପ ଥିବା ଦର୍ଶାଇ ଅମ୍ବୁଲାନ୍ସ ପହଞ୍ଚିନଥିଲା ।

କିନ୍ତୁ  ଆମ୍ବୁଲାନ୍ସ ନ ଆସିବାରୁ ପରେ ବାଧ୍ୟ ହୋଇ ପରିବାର ଲୋକେ ବଲେ ମାଝୀଙ୍କୁ ପାଦରେ ଚଲାଇ ଚଲାଇ ପ୍ରାୟ ୧୭ କିଲୋମିଟର ରଘୁବାରୀ ଅଣାଯାଇଥିଲା  । ସେହିଭଳି ଅନ୍ୟ ଦୁଇଜଣ ଗର୍ଭବତୀ  ପରମିତା ମାଝି  ଓ ରମିତା ମାଝିଙ୍କୁ ବି ଆଶା ଦିଦିଙ୍କ ସହାୟତାରେ ଚଲାଇ ଚଲାଇ ଅଣାଯାଇଥିଲା ।  ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପଂହଚିବା ପରେ  ଏହି ଦୁଇ ଗର୍ଭବତୀଙ୍କୁ ଆମ୍ବାଦୋଳା  ଡାକ୍ତରଖାନା ଅଣାଯାଇଥିଲା ।