ରାଜ୍ୟରେ ଆଜିଠୁ ପ୍ରାକ-ମୌସୁମୀ ବର୍ଷା : ମୌସୁମୀ ବାୟୁ ଆସିବାକୁ ଲାଗିପାରେ ଆହୁରି ୨ରୁ ୩ ଦିନ, ୪୮ ଘଂଟା ଭିତରେ ଘନୀଭୂତ ହେବ ଲଘୁଚାପ ବଳୟ 

409

କନକ ବ୍ୟୁରୋ : ରାଜ୍ୟକୁ ମୌସୁମୀ ଛୁଇଁବାରେ ହୋଇପାରେ ବିଳମ୍ୱ । ମୌସୁମୀ ଆସିବାକୁ ଆହୁରୀ ଲାଗିପାରେ ୨ ରୁ ୩ ଦିନ । ତେବେ ମୌସୁମୀ ଆସିବା ଆଗରୁ ଆଜି ଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୪୮ ଘଂଟା ମଧ୍ୟରେ ଆହୁରୀ ଘନୀଭୂତ ହେବ । ଏହା ପଶ୍ଚିମ, ଉତର-ପଶ୍ଚିମ ଦିଗରେ ଗତି କରିବା ସଂଭାବନା ରହିଛି ।

ଏହାର ପ୍ରଭାବରେ ଓଡିଶାର ଗଂଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସଂଭାବନା ରହିଛି । କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ଅତି ପ୍ରବଳ ବର୍ଷା ସଂଭାବନା ରହିଛି । ଏହି ସମୟରେ ପବନର ବେଗ ୪୦ରୁ ୪୫ କିଲୋମିଟର ବେଗରେ ବହିବା ସଂଭାବନା ଅଛି ।