ବଢ଼ୁନି କୋଇଲା ରୟାଲିଟି, କ୍ଷତିରେ ରାଜ୍ୟ ରାଜକୋଷ  : ବିଜେଡ଼ିର ଅଭିଯୋଗ, ଟାଳଟୁଳ ନୀତି ଅବଲମ୍ବନ କରୁଛି କେନ୍ଦ୍ର

222

କନକ ବ୍ୟୁରୋ :  ଓଡିଶାର କୋଇଲା ରୟାଲିଟି ଦର ବୃଦ୍ଧି ଦାବିକୁ ଅଗ୍ରାହ୍ୟ କରୁଛନ୍ତି କେନ୍ଦ୍ର ସରକାର । କୋଇଲା ରୟାଲିଟି ସଂଶୋଧନ ପାଇଁ କେନ୍ଦ୍ର ନିକଟରେ ଓଡ଼ିଶାର ଦୀର୍ଘ ଦିନର ଦାବି ରହିଛି । ହେଲେ ଏଥର ବି କୋଇଲା ରୟାଲଟି ବଢାଇନାହିଁ କେନ୍ଦ୍ର ।  ଏହାକୁ ନେଇ ଆସି କେନ୍ଦ୍ର ଉପରେ ବର୍ଷିଛି ବିଜେଡ଼ି ।  ବିଜେଡ଼ି ନେତା ପ୍ରତାପ ଦେବ କହିଛନ୍ତି, କୋଇଲା ରୟାଲିଟି ସଂଶୋଧନ ନେଇ କେନ୍ଦ୍ର ନିକଟରେ ବାରମ୍ବାର ଦାବି କଲେ ବି ଶୁଣନି କେନ୍ଦ୍ର । କୋଇଲା ରୟାଲିଟି ସଂଶୋଧନ ହେଲେ ହିଁ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ମିଳିବ । ଦରଦାମକୁ ବୃଦ୍ଧି ଓ କୋଇବା ବ୍ୟବହାର ବୃଦ୍ଧି ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟ ସରକାରଙ୍କ ଅଂଶଧନ ବାବଦରେ ଅଧିକ ପାଇବା ଯୋଗ୍ୟ । ହେଲେ ବାରମ୍ବାର ଦାବି ଉପସ୍ଥାପନ କଲେ ବି କେନ୍ଦ୍ର ନୀରବ ।  କେନ୍ଦ୍ର ଓଡିଶାର ଦାବି ନେଇ  ସମ୍ବେଦନଶୀଳ ହେବା ଉଚିତ୍ ।

 

ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁଛି ବିଜୁ ଜନତା ଦଳ । ଅନ୍ୟ ଦ୍ରବ୍ୟର ଦରଦାମ ହୁତୁହୁତୁ ହୋଇ ବଢ଼ୁଥିବା ବେଳେ କୋଇଲା ରୟାଲିଟି ଦୀର୍ଘ ବର୍ଷ ପରେ ବି ବଢ଼ୁନି । ରାଜ୍ୟ ସକରାରଙ୍କ ରାଜକୋଷ ବିପୁଳ କ୍ଷତି ସହୁଛି । ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ସମ୍ବେଦନଶୀଳ ହେବା ଉଚିତ୍ । କୋଇଲା ରୟାଲିଟି ବୃଦ୍ଧି ଦ୍ୱାରା ରାଜ୍ୟର ସାମୁହିକ ବିକାଶ ହୋଇପାରିବ । ପ୍ରତାପ ଦେବ କହିଛନ୍ତି, କେନ୍ଦ୍ରମନ୍ତ୍ରୀମାନେ ପୂର୍ବରୁ ବାହାସ୍ପଟ ମାରୁଥିଲେ ଆମେ ଓଡ଼ିଶା ପାଇଁ କାମ କରିବୁ । ଏବେ ରାଜ୍ୟ ପାଇଁ କାମ କରିବାର ଉପଯୁକ୍ତ ସମୟ ଆସିଛି ।  କେନ୍ଦ୍ର ନିକଟରେ ଓଡ଼ିଆ କେନ୍ଦ୍ରମନ୍ତ୍ରୀମାନେ ଦାବି ଉପସ୍ଥାପନ କରିବା ଉଚିତ ।

 

କେନ୍ଦ୍ରର ଟାଳଟୁଳ ନୀତି ଯୋଗୁଁ  ଓଡିଶା ବାରମ୍ବାର କ୍ଷତି ହେଉଛି । କୋଇଲା ରୟାଲଟି ବଢାଇବା ନେଇ ପୁଣି ଥରେ କେନ୍ଦ୍ର ନିକଟରେ ଦାବି ରଖିବ ରାଜ୍ୟ  ।   କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁସାରେ ନିଷ୍ପତି ଅନୁସାରେ, ଲୁହାପଥର ପାଇଁ ୧୩.୫ ପ୍ରତିଶତ ମୂଲ୍ୟଯୁକ୍ତ ଓ ନିଲାମ ବିନା ଆବଣ୍ଟନ କରାଯାଇଥିବା ଖଣିର ରୟାଲଟି ଦର ୧୫ ପ୍ରତିଶତ ଧାର୍ୟ୍ୟ କରାଯାଇଛି ।  ପୂର୍ବରୁ ଏହି ହାର  ୧୫ ପ୍ରତିଶତ ଥଲା ।