ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ଦେଲା ବିଜେଡି ! ପ୍ରତାପ ଦେବ କହିଲେ, ବିଜେପି ଡାଏସ ଉପରେ ବସି କରୁଛି ବୟାନବାଜି

20

କନକ ବ୍ୟୁରୋ : ସରକାରଙ୍କୁ ବଙ୍ଗୋପସାଗରରେ ପକାଇବା ନେଇ ଧର୍ମେନ୍ଦ୍ରଙ୍କ କଟାକ୍ଷ ପ୍ରସଙ୍ଗରେ ଜବାବ ଦେଇଛି ବିଜେଡି । ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଦାହିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ବିଜେପିର ନେତାମାନେ ଭୁଲ ତଥ୍ୟ ଦେଉଛନ୍ତି । ବଙ୍ଗୋପସାଗରରେ ଫିଙ୍ଗିବେ କିମ୍ବା ନବକଳେବର ହେବ ଜନତା ବିଚାର କରିବେ । କିଏ କାହାକୁ ଫିଙ୍ଗିବେ ସମୟ କହିବ । ଡାଏସ ଉପରେ ରହି ବୟାନବାଜି କରୁଛି ବିଜେପି ।

ଠିକ୍ ସମୟରେ ଭୋଟର ଉଚିତ୍ ଜବାବ ଦେବେ । କିଏ ସତ କହୁଛି ସମୟ ଆସିଲେ ସବୁ କଥା ଜଣାପଡିବ । ରାଜ୍ୟ ସରକାରଙ୍କୁ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଓଡିଶାରେ ଅପାରଗ ,ସ୍ଥାଣୁ ଓ ଭ୍ରଷ୍ଟ ସରକାର ଚାଲିଛି । ଲୋକେ ମନ ବଳାଇଲେଣି ଏହାକୁ ବଙ୍ଗୋପସାଗରରେ ପକାଇବେ । ଏହି ସରକାରଙ୍କ ନବକଳେବର କରିବା ପାଇଁ ଲୋକେ ଚିନ୍ତା କଲେଣି । ଏବଂ ପୁରୀ ସବୁଠୁ ବଡ ନବକଳେବର କରିବ ।