ମହିଳା ନିର୍ଯାତନା ପ୍ରସଙ୍ଗରେ ବିଜେପିକୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆକ୍ଷେପ : କହିଲେ, ନିଜ ମୁହଁ ଆଗ ନିଜ ଦର୍ପଣରେ ଦେଖ

79

କନକ ବ୍ୟୁରୋ : ଦେଶରେ ମହିଳାଙ୍କ ପ୍ରତି ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ମହିଳାଙ୍କ ପ୍ରତି ହିଂସା ବଢ଼ୁଛି । ତେବେ ମୋଦି ଓ ଅମିତ ଶାହ ଆସି ନାରୀ ନିର୍ଯାତନା ନେଇ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆଉ ଏହାର ପ୍ରତିକ୍ରିୟା ରଖିଛି ବିଜେଡ଼ି । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେଉଁ ସ୍ଥାନରେ ବିଜେପି ସରକାର ଶାସନରେ ଅଛନ୍ତି, ସେହି ରାଜ୍ୟରେ ନାରୀ ନିଯ୍ୟାତନା ତଥା ଦୁର୍ଷ୍କମ ପରି ଘଟଣା ଅଧିକ ଘଟୁଛି । ସେଠାରେ ନାରୀ ମାନଙ୍କ ପ୍ରତି ଅଧିକ ଅବିଚାର ହେଉଛି । କେବଳ ସେତିକି ନୁହେଁ ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକମାନେ ଅଭିଯୁକ୍ତଙ୍କୁ ସମର୍ଥନ ମଧ୍ୟ ଜଣାଉଛନ୍ତି । ତେବେ ଯେଉଁମାନେ ନାରୀ ନିର୍ଯାତନା ପରି ଆଭୂଷଣ ଗ୍ରହଣ କରିଛନ୍ତି , ସେମାନଙ୍କ ମୁଁରେ ଏପରି କଥା ଜଗତେ ବେଳ ଜନେ ହସିବେ ପରି କଥା ।


ନାରୀ ନିର୍ଯାତନା ବିଷୟରେ ବିଜେଡ଼ି ସରକାରଙ୍କୁ ପରାମର୍ଶ ଦେବା ତାଙ୍କର କୌଣସି ନୈତିକତା ଅଧିକାର ନାହିଁ । ସୋମନେ ନିଜେ ନାରୀ ନିର୍ଯାତନାରେ ସମ୍ପୃକ୍ତ ତାଙ୍କୁ ପ୍ରଶ୍ନ କରିବାର ଅଧିକାର କିଏ ଦେଲା । ଆମେ ଆମ କର୍ତ୍ତବ ଓ ଦାୟିତ୍ୱ ସମ୍ପର୍କରେ ବେଶ୍ ସଚେତନ ଅଛୁ । ଆଗେ ସେମାନେ ଦର୍ପଣ ଦେଖିବା ଦରକାର । ଯଦ୍ୱାରା ଅସଲ ଚେହେରା ଜାଣିପାରିବେ । ବିଜେଡ଼ି ଭୋଟ୍ ରାଜନୀତିରେ ଭରସା କରେନାହିଁ । ମହିଳାମାନଙ୍କ ସୁବିଧା ପାଇଁ ଆମେ କାର୍ଯ୍ୟ କରୁଛୁ । ତେବେ ଏଇଟା କିଛି ନୂଆ କଥା ନୁହେଁ । ନାରୀଙ୍କ ସୁରକ୍ଷା ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ ଅପ୍ରତିଦ୍ୱନ୍ଦୀ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟାନାୟକ । ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନାରୀଙ୍କ ସୁରକ୍ଷା ତଥା ରାଜନୈତିକ ଅଧିକାର ଦେବାରେ ଭାରତରେ ପ୍ରଥମେ ଥିଲେ । ଆଉ ଆମେ ତାଙ୍କର ଦାୟାଦ ।

ଏହା ବ୍ୟତୀତ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଗରଜିଲା ଳମେଘ ବରଷେ ନାହିଁ । ଓଡ଼ିଶାରେ ଆଜି ବି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରହିିଛି, ଯାହାକୁ କେହି ଚ୍ୟାଲେଞ୍ଜ କରିପାରିବେ ନାହିଁ । ବିଜୁ ଜନତା ଦଳ ଓଡ଼ିଶାର ସର୍ବବୃହତ୍ ଓ ସର୍ବାଦୃତ ଦଳ । ଦୀର୍ଘ ଦୁଇ ଦଶନ୍ଧି ଧରି ଆମେ ଓଡ଼ିଶାବାସୀଙ୍କ ପାଇଁ କାମ କରିଚାଲିଛୁ । ଆଗକୁ ମଧ୍ୟ ଏପରି କରିଚାଲିଥିବୁ । ଅତୀତରେ ଯେପରି ଓଡ଼ିଶାବାସୀ ନବୀନ ସରକାରଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ଆଗାମୀ ଦିନରେ ତାହାର ପୁନରାବୃତ୍ତି ହେବ ।