ପୁଣି ରାଜ୍ୟ କଂଗ୍ରେସର ନବକଳେବର ନେଇ ପିସିସି ସଭାପତିଙ୍କ ସୂଚନା ! ପ୍ରସାଦ କହିଲେ ନବନିଯୁକ୍ତ ପ୍ରଭାରୀ ଆସିବା ପରେ ହେବ ନିଷ୍ପତି

31

କନକ ବ୍ୟୁରୋ : ପୁଣିଥରେ ପ୍ରଦେଶ କଂଗ୍ରେସ କମିଟିରେ ବ୍ୟାପକ ପରିବର୍ତ୍ତନ ନେଇ ପିସିସି ସଭାପତିଙ୍କ ସୂଚନା । ଆଜି ସମ୍ବିଧାନର ପ୍ରଣୀତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏନଡିଏ ସରକାରଙ୍କୁ ସେ ଦଳିତ ବିରୋଧୀ ବୋଲି କହିଛନ୍ତି ।

ତେବେ ଏହି ଅବସରରେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ନେଇ ସୂଚନା ଦେଇଛନ୍ତି । କହିଛନ୍ତି, ନବନିଯୁକ୍ତ ପ୍ରଭାରୀ ଓଡିଶା ଆସିବା ପରେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ସାଙ୍ଗଠିକ ସ୍ତରରେ ଆମୂଳଚୁଳ ପରିବର୍ତନ ହେବ । ଆଗାମୀ ଅକ୍ଷୟ ତୃତୀୟାରେ ରାଜ୍ୟ କଂଗ୍ରେସରେ ବ୍ୟାପକ ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ ପ୍ରସାଦଙ୍କ ଏହି ସୂଚନା ପରେ ଦଳୀୟ ନେତାଙ୍କ ଭିତରେ ଛନକା ପଶିଛି ।