ବିଧାୟକଙ୍କ ହାତ ପାଣ୍ଠି ବନ୍ଦ କରିବା ପାଇଁ ବିରୋଧୀ ଦଳ ନେତାଙ୍କ ପ୍ରସ୍ତାବ : ୨ ବର୍ଷ ପାଇଁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ

695

କନକ ବ୍ୟୁରୋ : ବିଧାୟକ ହାତପାଣ୍ଠି ବନ୍ଦ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ରାଜ୍ୟର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନୁନ୍ୟ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ୍ କରିବା ପାଇଁ ଇଚ୍ଛାବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

କେନ୍ଦ୍ର ସରକାର ମନ୍ତ୍ରୀ ସାଂସଦମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଯେୁଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ । ଫଳରେ ଏକ ବିଶେଷ ପାଣ୍ଠି ଗଠନ କରି କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ସହାୟକ ହେବ ।