ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମନ୍ଥରତା ! ୨୦୨୨ସୁଦ୍ଧା ଯୋଜନାର ଲକ୍ଷ୍ୟ ହାସଲ ନେଇ ଆଶଙ୍କା

41

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ମନ୍ଥର ଗତିରେ ଚାଲିଛି । ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ ଅଂଚଳରେ ୨୦୨୨ ସୁଦ୍ଧା ୩ କୋଟି ଘର ନିର୍ମାଣ କରାଯିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୮୧ ହଜାର ୮୫୫ଟି ଘର ନିର୍ମାଣ କରାଯାଇଛି । ୨୦୨୨ ସୁଦ୍ଧା ଏହି ଯୋଜନାର ଲକ୍ଷ୍ୟ ହାସଲ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାମୀଣ ଇଲାକାରେ ଗୃହ ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରଦେଶ ସବୁଠାରୁ ଆଗରେ ରହିଛି । ମଧ୍ୟ ପ୍ରଦେଶରେ ୨ ଲକ୍ଷ ୪୩ ହଜାର ଘର ନିର୍ମାଣ ହୋଇଛି ।

ଓଡ଼ିଶାରେ ୧ ଲକ୍ଷ ୧୩ ହଜାର, ଛତିଶଗଡ଼ରେ ୯୯ ଲକ୍ଷ, ପଶ୍ଚିମବଂଗରେ ୪୭ ହଜାର, ମହାରାଷ୍ଟ୍ରରେ ୩୨ ହଜାର ଘର ନିର୍ମାଣ କରାଯାଇଥିବା ବେଳେ ପଂଜାବ, ଅରୁଣାଚଳ ପ୍ରଦେଶ, ଗୋଆ, ଜମ୍ମୁ କଶ୍ମୀର, ମେଘାଳୟ, ନାଗାଲ୍ୟାଣ୍ଡ୍‌, ଆଣ୍ଡାମାନ ଓ ନିକୋବରରେ ଗୋଟିଏ ଘର ମଧ୍ୟ ନିର୍ମାଣ କରାଯାଇଛି । ଗୁଜରାଟରେ ୨ ଲକ୍ଷ ୪ ହଜାର ଘର ନିର୍ମାଣ କରାଯିବାକୁ ଲକ୍ଷ୍ୟ ଥିବା ବେଳେ ସେଠାରେ ବର୍ତ୍ତମାନ ସୁଦ୍ଧା ୬୨୮ଟି ଘର ନିର୍ମାଣ କରାଯାଇଛି ।