ଚାଷୀଙ୍କ ପାଇଁ ୨ଟି ନୂଆ ଯୋଜନାର ଶୁଭାରମ୍ଭ କଲେ ପ୍ରଦୀପ ମହାରଥୀ ! ଅଭିନବ କୃଷି ଯନ୍ତ୍ରପାତି ବ୍ୟବହାର କରୁଥିବା ଚାଷୀଙ୍କୁ ଦିଆଯିବ ସମ୍ମାନ

105

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ନୂଆ ଯୋଜନା । କୃଷି ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥି ଚାଷୀଙ୍କ ପାଇଁ ୨ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନାରେ ଯେଉଁ ଚାଷୀମାନେ ନିଜସ୍ୱ ଜ୍ଞାନ କୌଶଳରେ ଉନ୍ନତ ଓ ଅଭିନବ କୃଷି ଯନ୍ତ୍ରପାତି ତିଆର କରି ବ୍ୟବହାର କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ । ଏହି ଯୋଜନାରେ ପ୍ରତି ବର୍ଷ ୧୦୧ଜଣଙ୍କୁ ପୁରସ୍କୃତ କରାଯିବ । ରାଜ୍ୟ ସ୍ତରରେ ୧୧ ଜଣ ଓ ଜିଲ୍ଲା ସ୍ତରରେ ୯୦ଜଣଙ୍କୁ ପୁରସ୍କୃତ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟରେ କୃଷି ଭିତିକ ଉଦ୍ୟୋଗ ପ୍ରତିଷ୍ଠା ଓ ରିହାତି ପ୍ରଦାନକୁ ତ୍ୱରାନିତ କରିବା ପାଇଁ ଏହି ନୂତନ ସରଳୀକୃତ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ।

Indian_farmer

ଏହି ଯୋଜନା ମାଧ୍ୟମରେ ଜଣେ ଉଦ୍ୟୋଗୀ ଘରେ ବସି ମୋବାଇଲ କୃଷି ଉଦ୍ୟୋଗ ସ୍ଥାପନ ପାଇଁ ଆବେଦନ କରିପାରିବେ । ଏହି ପ୍ରକ୍ରିୟାର ସୁଯୋଗ ନେଇ ଓଡିଶାର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ତଥା ସବୁ ବର୍ଗର ଉତ୍ସାହୀ ଉଦ୍ୟୋଗୀମାନେ କୃଷି , ଉଦ୍ୟାନ କୃଷି , ମତ୍ସ୍ୟଚାଷ, ପ୍ରାଣୀ ସମ୍ପଦ ବିକାଶ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବହୁଳ ସଂଖ୍ୟାରେ ଉଦ୍ୟୋଗ ସ୍ଥାପନ କରିପାରିବେ । ଏବଂ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବା ସଙ୍ଗେ ସଙ୍ଗେ ଓଡିଶାର ଚାଷୀମାନଙ୍କର ରୋଜଗାର ବୃଦ୍ଧି ଓ ନୂତନ କର୍ମନିଯୁକ୍ତିରେ ସହାୟକ ହୋଇପାରିବେ ।