କନକ ବ୍ୟୁରୋ : ସିସୋର ଚିଟଫଣ୍ଡ ମାମଲାରେ ଗିରଫ ପ୍ରଭାତ ବିଶ୍ୱାଳଙ୍କ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା । ଅଧିକ ଚିକିତ୍ସା ପାଇଁ ବିଧାୟକଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ପ୍ରଭାତଙ୍କ ଅଂଟା ଓ ପେଟରେ ସମସ୍ୟା ରହିଛି । ୪ ଜଣିଆ ଡାକ୍ତରୀ ଟିମଙ୍କ ପରାମର୍ଶ କ୍ରମେ ପ୍ରଭାତ ବିଶ୍ୱାଳଙ୍କୁ କଟକ ବଡ ମେଡିକାଲର ଟ୍ରମା ଆଇସିୟୁରେ ରଖାଯାଇଛି । ପ୍ରଭାତଙ୍କୁ ଆଜି କଡା ସୁରକ୍ଷା ବଳୟରେ ଭୁବନେଶ୍ୱରରୁ କଟକ ଅଣାଯାଇଥିଲା ।
ପ୍ରଭାତ ସେସୋର ଚିଟଫଣ୍ଡ ଲିଙ୍କରେ ୧୮ ତାରିଖରେ ଗିରଫ ହୋଇଥିଲେ । ୧୯ ତାରିଖରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରାଇବା ସହିତ ୫ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ତାଙ୍କ ଶରୀର ଅସୁସ୍ଥ ହେବାରୁ ରିମାଣ୍ଡର ୪ର୍ଥ ଦିନରେ କୋର୍ଟରେ ହାଜର କରାଇଥିଲା । କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଥିବା ବେଳେ ଜେଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଅସୁସ୍ଥ ଅବସ୍ଥାରେ ପ୍ରଭାତଙ୍କୁ ପ୍ରଥମେ କ୍ୟାପିଟାଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଅଧିକ ଚିକିତ୍ସା ପାଇଁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାତଙ୍କ ପାଖରେ ତାଙ୍କ ପୁଅ ଥିବା ବେଳେ ପତ୍ନୀ ଲକ୍ଷ୍ମୀବିଳାଶିନୀ ବିଶ୍ୱାଳ ପହଂଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Screen-shot-2017-09-25-at-4.59.36-PM.png)