କନକ ବ୍ୟୁରୋ : ରାଜ୍ୟରେ ଟମାଟୋ ଅଭାବି ବିକ୍ରି ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ବଜାରରେ ଆଳୁ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କଟକ ବଜାରରେ ଏବେ ଆଳୁ କିଲୋ ପ୍ରତି ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗକୁ ଏହା ୪୦ ଟଙ୍କା ଛୁଇଁବ ବୋଲି ଯୋଗାଣ ମନ୍ତ୍ରୀ ଅନୁମାନ କରିବା ପରେ ସ୍ଥିତି ଗମ୍ଭୀର ହୋଇଛି ।

Advertisment

ଏଭଳି ସ୍ଥିତି ପ୍ରତି ସଚେତନ ହୋଇ କିପରି ଖାଉଟିଙ୍କୁ ସଠିକ୍ ଦରରେ ଆଳୁ ଯୋଗାଇ ଦିଆଯିବ ସେନେଇ ଯୋଗଣ ବିଭାଗ ସହ ଆଲୋଚନା କରିଛି କଟକ ଜିଲ୍ଲା ପ୍ରଶାସନ । ବଜାରରେ ଆଳୁ ଦର ନିୟନ୍ତ୍ରଣ ନେଇ ସରକାର ନାଫେଡ ଜରିଆରେ ଆଳୁ ବଂଟନ ନେଇ ପୂର୍ବରୁ ବ୍ୟବସ୍ଥା କରନ୍ତୁ ବୋଲି ବ୍ୟବସାୟୀ ସଂଘ କହିଛି । ସେହିଭଳି ଅଳୁ ଦର ବୃଦ୍ଧିକୁ ନେଇ ଆସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଖାଉଟି ।