କାଗଜପତ୍ରରେ ଚାଲିଲା ଆଳୁ ମିଶନ ! ୧୧୨ଟି ଗୋଦାମ ବଦଳରେ ୨ବର୍ଷରେ ହୋଇଛି ମାତ୍ର ୮ଟି ଶୀତଳ ଭଣ୍ଡାର

Advertisment
କାଗଜପତ୍ରରେ ଚାଲିଲା ଆଳୁ ମିଶନ ! ୧୧୨ଟି ଗୋଦାମ ବଦଳରେ ୨ବର୍ଷରେ ହୋଇଛି ମାତ୍ର ୮ଟି ଶୀତଳ ଭଣ୍ଡାର

କନକ ବ୍ୟୁରୋ : ରାଜ୍ୟରେ ଆଳୁ ମିଶନ ଏକ ପ୍ରକାର ଫେଲ୍ ମାରିଛି । ୨୦୧୫-୧୬ ମସିହା ପରଠାରୁ ରାଜ୍ୟରେ ୩ ବର୍ଷରେ ୧୧୨ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବା ସ୍ଥଳେ ଗତ ଦୁଇ ବର୍ଷରେ ଏପର୍ଯ୍ୟନ୍ତ ମାତ୍ର ୮ଟି ଘରୋଇ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇଛି । ବିଧାୟକ ନବକିଶୋର ଦାସଙ୍କ ଏ ସଂକ୍ରାନ୍ତ ଏକ ପ୍ରଶ୍ନ ଉପରେ ବିଧାନସଭାରେ ଲିଖିତ ଉତର ଦେଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆଳୁ ମିଶନ ଜରିଆରେ ପ୍ରୋତ୍ସୋହନ ଦେଉଛନ୍ତି ।

ଆଳୁ ମିଶନ ପ୍ରତିିଷ୍ଠା ପୂର୍ବରୁ ରାଜ୍ୟରେ ମାତ୍ର ୨୭ଟି ଶୀତଳ ଭଣ୍ଡାର ଥିଲା ଓ ଏହାର ସଂରକ୍ଷଣ କ୍ଷମତା ଥିଲା ୧ ଲକ୍ଷ ୩୨ ହଜାର ଟନ୍ । ଆଳୁ ମିଶନ ପୂର୍ବରୁ ରାଜ୍ୟରେ ୨.୬୮ ଲକ୍ଷ ଟନ୍ ଆଳୁ ଉତ୍ପାଦିତ ହେଉଥିବା ବେଳେ ୨୦୧୫-୧୬ରେ ଏହା ମାତ୍ର ୨.୭୮ ଲକ୍ଷ ଟନରେ ପହଂଚିଛି । ରାଜ୍ୟ ସରକାର ୨୦୧୫-୧୬ରେ ୩୫ଟି, ୨୦୧୬-୧୭ରେ ୪୫ଟି ଓ ୨୦୧୭-୧୮ରେ ୩୨ଟି, ଏମିତି ୧୧୨ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe