ଭାରତୀୟ ଡାକଘରରେ ଅନେକ ପ୍ରକାର ଲାଭଦାୟକ ଯୋଜନା ଥାଏ, ଯାହା ବିଷୟରେ ପ୍ରାୟ ଲୋକ ଅଜ୍ଞ ଥାଆନ୍ତି । ପ୍ରାୟ ଲୋକ ବ୍ୟାଙ୍କରେ ଟଙ୍କା ନିବେଶ କରିବା ପାଇଁ ପସନ୍ଦ କରନ୍ତି । ଆଉ ଡାକଘରେ ଅନେକ ସୁବିଧା ଥାଏ ବୋଲି ଜାଣିନଥାନ୍ତି । ଡାକଘରେ ସେଭିଂ ଆକାଉଂଟରୁ ଆରମ୍ଭ କରି ଏପରି ଅନେକ ଯୋଜନା ଅଛି ଯେଉଁଠି ଭଲ ରିଟର୍ଣ୍ଣ ମିଳେ । କିନ୍ତୁ ଆପଣ କୌଣସି ଏପରି ବିକଳ୍ପ ଯଦି ଖୋଜୁଛନ୍ତି କି ଯେଉଁଠି ନିୟମିତ ମାସିକ ଆୟ ହୋଇପାରିବ । ତେବେ ଡାକଘରେ ଏପରି ଏକ ସ୍ୱତନ୍ତ୍ର ଯୋଜନା ରହିଛି, ଯଦ୍ୱାରା ଆପଣ ଲାଭରେ ରହିବେ । ଆସନ୍ତୁ ଉକ୍ତ ଯୋଜନା ବିଷୟରେ ଆଲୋଚନା କରିବା ।

Advertisment

India-post-office-jobs image courtesy - aajtak.intoday.in

ପୋଷ୍ଟ ଅଫିସ ମାସିକ ଆୟ ଆକାଉଂଟ (ଏମଆଇଏସ୍) -
ନିୟମିତ ଆୟର କୌଣସି ନିବେଶ ବିକଳ୍ପ ଖୋଜୁଛନ୍ତି, ତେବେ ଏମଆଇଏସ୍ ଯୋଜନା ଆପଣଙ୍କୁ ସାହାଯ୍ୟ କରିବ । ଏଥିପାଇଁ ଆପଣଙ୍କୁ ଡାକଘରେ ନିଜର ଖାତା ଖୋଲିବା ପାଇଁ ପଡ଼ିବ । ଏ ଯୋଜନାରେ ୭.୩ ପ୍ରତିଶତ ସୁଧ ଦିଆଯାଏ ।

publive-image

ଏମଆଇଏସ୍ ବିଷୟରେ କିଛି ତଥ୍ୟ :
- ଏହି ଖାତାକୁ କୌଣସି ବି ବ୍ୟକ୍ତି ଖୋଇିପାରିବେ
- ନଗଦ ଓ ଚେକ୍ ମାଧ୍ୟମରେ ଖାତା ଖୋଲାଯାଇପାରିବ
- ଖାତାରେ ନୋମିନେସନ ସୁବିଧା ମଧ୍ୟ ଉପଲବ୍ଧ ରହିଛି
- ଏହି ଖାତାକୁ ଏକ ଡାକଘରୁ ଅନ୍ୟ ଡାକଘରକୁ ଟ୍ରାନ୍ସଫର କରିପାରିବେ
- କୌଣସି ବି ବ୍ୟକ୍ତି ଏହି ପ୍ରକାର ଅନେକ ଖାତା ଖୋଲିପାରିବେ, ତେବେ ଏଥିରେ ଅଧିକତମ ନିବେଶ ପାଇଁ ସୀମା ରହିଛି
- ଏଥିରେ ଜଣେ କିମ୍ବା ୨ ଜଣ ମିଶି ମଧ୍ୟ ଖାତା ଖୋଲଇପାରିବେ
- ସିିଙ୍ଗିଲ ଆକାଉଂଟକୁ ଜଏଂଟ ଅକାଉଂଟରେ ପରିବର୍ତ୍ତିତ କରିହେବ
- ଏହି ଖାତାର ମାଚ୍ୟୁରିଟି ପରିୟଡ଼୍ ୫ ବର୍ଷ
- ଏକ ବର୍ଷ ଯିବା ପରେ କାତାରୁ କିଛି ଟଙ୍କା ମଧ୍ୟ ଉଠାଇପାରିବ
- ଏହାର ସର୍ବନିମ୍ନ ନିବେଶ ୧୫୦୦ ଟଙ୍କା ନିର୍ଦ୍ଧାରିତ ହୋଇଛି ।
- ଜଣେ ବ୍ୟକ୍ତି ଏହି ଯୋଜାନରେ ୪.୫ ଲକ୍ଷ ଟଙ୍କା ନିବେଶ କରିପାରବେ ।

POST-OFFICE

କିପରି ହେବ ମାସିକ ଆୟ –
ଏହି ଯୋଜନାରେ ୭.୩ ପ୍ରତିଶତ ଦରରେ ମାସକ ସୁଧ ଦିଆଯାଏ । ଏହି ବାର୍ଷିକ ସୁଧକୁ ୧୨ ମାସ ପରେ ବାଂଟି ଦିଆଯାଏ । ଯାହା ଆପଣଙ୍କୁ ମାସିକ ଆଧାର ଉପରେ ଦିଆଯିବ ।