ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପାଇଁଁ ଆଜିଠାରୁ ଆରମ୍ଭ ପଞ୍ଜୀକରଣ : ପୋର୍ଟାଲ ଏବଂ ଫର୍ମ ଜରିଆରେ ହେବ ଆବେଦନ,ଲକଡାଉନ ହଟିବା ପରେ ପ୍ରାୟ ୫ ଲକ୍ଷ ଶ୍ରମିକ ଓଡିଶା ଫେରିବା ସମ୍ଭାବନା

878

କନକ ବ୍ୟୁରୋ : ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପାଇଁଁ ଆଜିଠାରୁ ଆରମ୍ଭ ହେବ ପଞ୍ଜୀକରଣ । ଓଡିଆ ଫେରିବା ପାଇଁ ରାଜ୍ୟ ସରକାର ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିବା ବେଳେ ଏହି ପ୍ରକ୍ର୍ରିୟା ଆଜିଠାରୁ ବିଧିବଦ୍ଧ ଆରମ୍ଭ ହେବ । ଓଡ଼ିଶା ଫେରିବାକୁ ଥିବା ଶ୍ରମିକମାନେ ରାଜ୍ୟରେ ପହଁଚିବା ପରେ ନିଜ ଇଛାରେ ଘରକୁ ଯାଇପାରିବେ ନାହିଁ । ଏବଂ ସେମାନଙ୍କୁ ନିର୍ଦ୍ଧାରିତ ଗାଡିରେ ନିଆଯିବା ପରେ ୧୪ ଦିନ କ୍ୱାରେନଟାଇନରେ ରଖାଯିବାପରେ ଘରକୁ ଯିବାକୁ ଅନୁମତି ଦିଆଯିବ ।

ଓଡ଼ିଶା ଫେରିବା ପାଇଁ ସେମାନଙ୍କୁ ପୋର୍ଟାଲରେ ପଂଜିକରଣ କରିବାକୁ ପଡ଼ିବ । ବିନା ପଂଜିକରଣରେ କୌଣସି ଶ୍ରମିକ ଓଡିଶା ଫେରିପାରିବେ ନାହିଁ । ବସଷ୍ଟାଣ୍ଡ/ରେଳ ଷ୍ଟେସନରୁ ଆଣିବା ପାଇଁ ଗାଡିର ବ୍ୟବସ୍ଥା କରାଯିବ । ନିଜ ଇଚ୍ଛା ଅନୁସାରେ ସେମାନେ ସିଧାସଳଖ ଘରକୁ ଯାଇ ପାରିବେ ନାହିଁ । ୧୪ ଦିନ ସେମାନଙ୍କୁ କ୍ୱାରେନଟିନ୍ ବା ସଂଗରୋଧରେ ରହିବାକୁ ପଡିବ ।

ସଂପୃକ୍ତ ଗ୍ରାମ ପଂଚାୟତରେ କ୍ୱାରେନ୍ଟିନ୍ ହୋମ ପ୍ରସ୍ତୁତ ହୋଇଛି । ୧୪ ଦିନ ପାଇଁ ରହିବା, ଖାଇବା ଓ ଚିକିତ୍ସା ମାଗଣା ଯୋଗାଇ ଦିଆଯିବ । ପଂଜିକରଣରୁ କେଉଁ ଗ୍ରାମପଂଚାୟତକୁ କେତେଜଣ ଆସିବେ ଜଣାପଡିଯିବ । ତେବେ ଲକ ଡାଉନ ହଟିବା ପରେ ପ୍ରାୟ ୫ ଲକ୍ଷ ଲୋକ ଓଡିଶା ଫେରିବା ନେଇ ଆଶା କରାଯାଉଛି ।