ଦ୍ୱିତୀୟ ଟେଷ୍ଟରେ ବି ଟିମ୍ ଇଣ୍ଡିଆର ବ୍ୟାଟିଂ ବିଫଳ ! ୧୮୯ ରନରେ ଭାରତର ପ୍ରଥମ ପାଳି ଶେଷ

30

କନକ ବ୍ୟୁରୋ : ପୁଣେ ପରାଜୟ ଧାରା ବାଙ୍ଗାଲୁରୁରେ ମଧ୍ୟ ଦେଖିବାକୁ ମିଳିଛି । ବିଶ୍ୱର ଏକ ନଂବର ଟେଷ୍ଟ ଦଳ ଘରୋଇ ମାଟିରେ ଏପରି ନୈରାଶ୍ୟଜନକ ପ୍ରଦର୍ଶନ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । ଟିମ ଇଣ୍ଡିଆ ଟସ ଜିଣି ବ୍ୟାଟିଂ ନିଷ୍ପତି ନେଇଥିଲା । କୋହଲିଙ୍କ ଏହି ନିଷ୍ପତି ଭାରତ ପାଇଁ ମହଙ୍ଗା ପଡିଛି ।

ପ୍ରଥମ ପାଳିରେ ଭାରତ ମାତ୍ର ୧୮୯ ରନ କରି ଅଲ ଆଉଟ ହୋଇଯାଇଛି । କେବଳ ଲୋକେଶ ରାହୁଲଙ୍କ ୯୦ ରନକୁ ଛାଡିଦେଲେ କୌଣସି ବ୍ୟାଟସମ୍ୟାନ ସଫଳ ହୋଇପାରିନଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ବିନା କୌଣସି କ୍ଷତିରେ ୪୦ରନ କରିଛି ।