ଦିଦିଙ୍କ MPଙ୍କୁ ଉଠାଇନେଲା ପୁଲିସ; ଅମିତ ଶାହଙ୍କ ଅଫିସ ଆଗରେ କରୁଥିଲେ ବିକ୍ଷୋଭ

Advertisment

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ଯେତେ ପାଖୋଉଛି, ତାକୁ ନେଇ ରାଜନୀତି ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ଗତକାଲିର ଘଟଣା ପରେ, ଆଜି ଟିଏମସି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ପ୍ରଦର୍ଶନ କରୁଥିଲେ । ଆଉ ଏହି ପ୍ରଦର୍ଶନ ସମୟରେ ପୁଲିସ ୮ ଟିଏମସି ସାଂସଦଙ୍କୁ ଉଠାଇ ନେଇଛି ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ଯେତେ ପାଖୋଉଛି, ତାକୁ ନେଇ ରାଜନୀତି ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ଗତକାଲିର ଘଟଣା ପରେ, ଆଜି ଟିଏମସି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ପ୍ରଦର୍ଶନ କରୁଥିଲେ । ଆଉ ଏହି ପ୍ରଦର୍ଶନ ସମୟରେ ପୁଲିସ ୮ ଟିଏମସି ସାଂସଦଙ୍କୁ ଉଠାଇ ନେଇଛି ।

TMC MP

TMC MP Photograph: (KANAK NEWS)

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ଯେତେ ପାଖୋଉଛି, ତାକୁ ନେଇ ରାଜନୀତି ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି । ଗତକାଲିର ଘଟଣା ପରେ, ଆଜି ଟିଏମସି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ପ୍ରଦର୍ଶନ କରୁଥିଲେ । ଆଉ ଏହି ପ୍ରଦର୍ଶନ ସମୟରେ ପୁଲିସ ୮ ଟିଏମସି ସାଂସଦଙ୍କୁ ଉଠାଇ ନେଇଛି ।

ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଫିସ୍ ବାହାରେ ଆଜି ଟିଏମସି ନେତାମାନେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଗଣତନ୍ତ୍ରକୁ ମୋଡ଼ି ମକଚି ଦିଆଯାଉଛି ବୋଲି ନାରାବାଜି କରିବା ସହିତ ଟିଏମସି ସାଂସଦମାନେ ପ୍ରତିବାଦ କରିଥିଲେ । ଆଉ ଏହାପରେ ଦିଲ୍ଲୀ ପୁଲିସ ଏବଂ ଟିଏମସି ସାଂସଦଙ୍କ ଭିତରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା । ଆଉ ପରେ ପରେ ଦିଲ୍ଲୀ ପୁଲିସ ୮ ଜଣ ଟିଏମସି ସାଂସଦଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ଗତକାଲି କଣ ଘଟିଥିଲା? 

କୋଇଲା ଦୁର୍ନୀତି ମାମଲାରେ ମନିଲଣ୍ଡରିଂ ତଦନ୍ତର ଏକ ଅଂଶ ଭାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତକାଲି ରାଜନୈତିକ ପରାମର୍ଶଦାତା ସଂସ୍ଥା ‘ଆଇ-ପ୍ୟାକ୍’ କାର୍ଯ୍ୟାଳୟରେ ଚଢ଼ଉ କରିବା ପରେ କୋଲକାତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରୀୟ ଏଜେନ୍‌ସି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦଳର ଦସ୍ତାବିଜ ଚୋରି କରିଥିବା ଅଭିଯୋଗ କରିଥିଲେ । ଅପରପକ୍ଷେ ମମତା ବଳପୂର୍ବକ ଇଡି ଜବତ କରିଥିବା ଓ ମନିଲଣ୍ଡରିଂର ପ୍ରମାଣ ଥିବା ଦସ୍ତାବିଜ, ହାର୍ଡଡିସ୍କ ଆଦି ଛଡ଼ାଇ ନେଇଥିବା ଇଡି ଅଭିଯୋଗ କରିଥିଲା । ପରେ ମମତା ବାନାର୍ଜୀଙ୍କ ବିରୋଧରେ ଇଡି ଓ ଇଡି ବିରୋଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ଇଡି କେନ୍ଦ୍ରୀୟ କୋଲକାତାରେ ଥିବା ‘ଆଇ-ପ୍ୟାକ୍‌’ର ଜଣେ ବରିଷ୍ଠ ଅଧିକାରୀ ପ୍ରତୀକ ଜୈନଙ୍କ ବାସଭବନ ଏବଂ ସଲ୍‌ଟଲେକ୍‌ର ସେକ୍ଟର-୫ସ୍ଥିତ ଗୋଦରେଜ୍ ୱାଟର୍‌ସାଇଡ୍ ବିଲ୍‌ଡିଂରେ ଥିବା ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଜୈନ, ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ଟିମ୍‌ର ଜଣେ ପ୍ରମୁଖ ସଦସ୍ୟ ଭାବରେ ଜଣାଶୁଣା। ଚଢ଼ଉ ଖବର ପ୍ରଚାରିତ ହେବା ପରେ ଟିଏମ୍‌ସି ନେତାମାନେ ସଲ୍‌ଟ ଲେକ୍ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇଥିଲେ। ବଢୁଥିବା ଉତ୍ତେଜନା ମଧ୍ୟରେ ବିଧାନନଗର ପୁଲିସ କମିସନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ମମତା ବାନାର୍ଜୀ ସେକ୍ଟର ୫ କାର୍ଯ୍ୟାଳୟକୁ ଯାଇ ପୁଲିସ ଉପସ୍ଥିତିରେ ଇଡି ହାତରୁ ଫାଇଲ ଆଦି ଛଡ଼ାଇ ନେଇ ସେଠାରୁ ପଳାଇଥିଲେ।

ଆହୁରି ପଢ଼ନ୍ତୁ : ଶିମିଳିପାଳରେ ମାଇନସ୍‌କୁ ଖସିଲା ପାରଦ: ଭାଙ୍ଗିଲା ୭୨ ବର୍ଷର ରେକର୍ଡ

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମମତା ଅଭିଯୋଗ କରିଥିଲେ ଯେ ଇଡି ଚଢ଼ଉ ତାଙ୍କ ଦଳର ଆଭ୍ୟନ୍ତରୀଣ ରାଜନୈତିକ ତଥ୍ୟରେ ପ୍ରବେଶ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ପ୍ରାର୍ଥୀ ତାଲିକା, ଦଳୀୟ ରଣନୀତି, ଯୋଜନା ଓ ଗୋପନୀୟ ଦସ୍ତାବିଜ ସଂଗ୍ରହ କରିବାକୁ ଇଡି ଆମ କାର୍ଯ୍ୟାଳୟକୁ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ମମତା ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍‌ କରି ଏହି କାର୍ଯ୍ୟର ଯୋଜନା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଦେଶକୁ ସୁରକ୍ଷିତ ରଖିପାରୁ ନଥିବା ‘ଦୁଷ୍ଟ ଗୃହମନ୍ତ୍ରୀ’ ଏହା ପଛରେ ଅଛନ୍ତି। ଅମିତ ଶାହ ଆମ ଦଳର ପ୍ରାର୍ଥୀ ତାଲିକା ସଂଗ୍ରହ କରିବାକୁ ଚାହୁଛନ୍ତି। ଗୋଟିଏ ପଟେ ଏସ୍‌ଆଇଆର୍ ନାଁରେ ନାମ ହଟାଇ ଦିଆଯାଉଥିବା ବେଳେ ଏବେ ଦସ୍ତାବିଜ ନିଆଯାଉଛି। ଏହି ପଦକ୍ଷେପର ବୈଧତା ଉପରେ ପ୍ରଶ୍ନ ଉଠାଇ ମମତା ପ୍ରଶ୍ନ କରିଛନ୍ତି ଯେ ପ୍ରାର୍ଥୀ ତାଲିକା, ଦଳୀୟ ରଣନୀତି ଓ ଦଳୀୟ ଯୋଜନା ସଂଗ୍ରହ କରିବା ଇଡି ଓ ଗୃହମନ୍ତ୍ରୀଙ୍କ କର୍ତ୍ତବ୍ୟ କି? ଯଦି ମୁଁ ବିଜେପି ଦଳର ଦସ୍ତାବିଜ ପାଇବି, ତେବେ ଫଳ କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ଏହି ଚଢ଼ଉ ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ। ଏହି ଚଢ଼ଉ କାହିଁକି ଚାଲିଛି ତା’ର ଉତ୍ତର ଇଡି ଦେବ। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଇତିହାସ ମମତା ବାନାର୍ଜୀଙ୍କର ରହିଛି। ଇଡି ଏହାର କ୍ଷମତା ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଏହି ଚଢ଼ଉ ନିର୍ବାଚନ ସହ ଜଡ଼ିତ ନୁହେଁ। ବରଂ, ମନିଲଣ୍ଡରିଂ ଉପରେ ନିୟମିତ ଚଢ଼ଉର ଏକ ଅଂଶ। କୋଇଲା ଦୁର୍ନୀତି ମାଧ୍ୟମରେ ସୃଷ୍ଟି ହୋଇଥିବା ଅପରାଧର ଆୟ ‘ଆଇ-ପ୍ୟାକ୍‌’ ମାଧ୍ୟମରେ ୨୦୨୨ ଗୋଆ ନିର୍ବାଚନ ପାଇଁ ପଠାଯାଇଥିଲା। ଟିମ୍ ଅଧିକ ବିବରଣୀ ସଂଗ୍ରହ କରୁଛି ବୋଲି ଏଜେନ୍ସି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe