କନକ ବ୍ୟୁରୋ: ଅସମ୍ଭାଳ ଜାଡ଼ରେ ଥରୁଛି ଓଡ଼ିଶା । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ମାଇନସ୍‌କୁ ଖସିଛି ପାରଦ । ଫଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ସେହିପରି ରାଉରକେଲାରେ ୩.୬ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪.୬ ଡିଗ୍ରି ରେକର୍ଡ ହୋଇଛି । ଶୀତରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ପାରଦ । ଭୁବନେଶ୍ବରରେ ବି ୯.୪ ଡିଗ୍ରୀ ସେଲସିୟସ୍ ରାତି ତାପମାତ୍ରା ରେକର୍ଡ ହୋଇଛି । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଭୀଷଣ ତୁଷାରପାତ ଦେଖିବାକୁ ମିଳିଛି । ଏମିତିକି ଲଗାତାର ତିନି ଦିନ ଧରି ଖଣି ଅଞ୍ଚଳରେ ତୁଷାରପାତ ହେଉଛି । ପାଣିପାଗ ବିଭାଗର ଆକଳନ, ଆହୁରି ସପ୍ତାହେ ଯାଏଁ ଜାରି ରହିବ ଜାଡ଼ ।

Advertisment

ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା, ଉପାନ୍ତରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତ

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ସାଢ଼େ ୫ଟା ସୁଦ୍ଧା ପାରଦ ୫ ଦଶମିକ ୬ ଡିଗ୍ରି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ବି ପାରଦ ତଳମୁହାଁ । ଭୁବନେଶ୍ବରରେ ୧୧ ଦଶମିକ ୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଥଣ୍ଡା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଚଳିତ ବର୍ଷ ଭୀଷଣ ତୁଷାରପାତ ଦେଖିବାକୁ ମିଳିଛି । ଏମିତିକି ଲଗାତାର ତିନି ଦିନ ଧରି ଖଣି ଅଞ୍ଚଳରେ ତୁଷାରପାତ ଜାରି ରହିଛି । ଆଜି ମଧ୍ୟ ପୂର୍ବ ରାତ୍ରି ଭଳି ତାପମାତ୍ରା ୩ ଡିଗ୍ରି ତଳେ ରହିବା ସହ ତୃତୀୟ ତୀୟ ଦିନ ମଧ୍ୟ ଭୀଷଣ ତୁଷାରପାତ ଜାରି ରହିଛି । ଯାହା ଫଳରେ କୋଇଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି । ଖୋଲା ପଡ଼ିଆ, ଗାଡ଼ିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।