କନକ ବ୍ୟୁରୋ: ସଙ୍ଗଠନ ସଜାଡୁଛି ବିଜେଡି । ଏହିକ୍ରମରେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କମିଟି ଘୋଷଣା କରିଥିବାବେଳେ, ବିଜୁ ଯୁବ ଜନତା ଦଳର କାର୍ୟ୍ୟକାରୀ ସଭାପତି ଭାବେ ୪ ଜଣଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ୨ ସେକ୍ରେଟାରି ଜେନେରାଲଙ୍କ ସହିତ ୧୫ ବରିଷ୍ଠ ଉପ ସଭାପତି ଏବଂ ୫୩ ଜଣ ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ଖାଲି ସେତିକି ନୁହେଁ ୮୫ ଜଣ ସାଧାରଣ ସମ୍ପାଦକଙ୍କ ନାଁ ମଧ୍ୟ ଦଳ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟିରେ ୫ ଜଣ କାର୍ୟ୍ୟକାରୀ ସଭାପତିଙ୍କୁ ରଖାଯାଇଥିବାବେଳେ, ୨ ଜଣ ସେକ୍ରେଟାରି ଜେନେରାଲ୍, ୧୫ ଜଣ ବରିଷ୍ଠ ସଭାପତି ଏଭଂ ୫୩ ଜଣ ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏହାସହିତ ୮୯ ଜଣ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Advertisment

ଆହୁରି ପଢ଼ନ୍ତୁ : ବିଏସଏଫରେ ନିଯୁକ୍ତି ସୁଯୋଗ : ଜାଣନ୍ତୁ ଆବେେଦନର ପ୍ରକ୍ରିୟା

ନଜର ପକାନ୍ତୁ ଏହି ଭିଡିଓ ଉପରେ...