କନକବ୍ୟୁରୋ : ବିଏସଏଫ କ୍ରୀଡ଼ା କୋଟା ଅଧୀନରେ ଖେଳାଳିମାନଙ୍କ ପାଇଁ ଏକ ବଡ଼ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି ।  ଜାତୀୟ କିମ୍ବା ରାଜ୍ୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ବିଏସଏଫର ଏହି ନିଯୁକ୍ତି ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱୀକୃତିପ୍ରାପ୍ତ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ନିଯୁକ୍ତି ଅଭିଯାନ କ୍ରୀଡ଼ା କୋଟା ଅଧୀନରେ ୫୪୯ କନଷ୍ଟେବଳ ଜେଡି ପଦବୀ ପାଇଁ ପ୍ରକାଶ ପାଇଛି ।

Advertisment

Operation Agatha: ନୂଆବର୍ଷ ପୂର୍ବରୁ ଅପରେସନ୍‌ ଆଘାତ

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୮ ରୁ ୨୩ ବର୍ଷ ରହିଛି।  ଫୁଟବଲ୍, ହକି, କବାଡି, କୁସ୍ତି, ବକ୍ସିଂ, ଜୁଡୋ, ତୀରନ୍ଦାଜୀ, ସୁଟିଂ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଏବଂ ଭଲିବଲ୍ ଭଳି ଖେଳାଳିମାନେ ଏହି ନିଯୁକ୍ତି ଅଭିଯାନ ପାଇଁ ଯୋଗ୍ୟ ବିବେଚିତ ହେବେ। ଏଥିସହିତ ପ୍ରାର୍ଥୀମାନଙ୍କର ଏକ ବୈଧ କ୍ରୀଡ଼ା ପ୍ରମାଣପତ୍ର ରହିଥିବା ଆବଶ୍ୟକ।

ପ୍ରାର୍ଥୀମାନଙ୍କୁ ଏକ କ୍ରୀଡ଼ା ପରୀକ୍ଷା ଆଧାରରେ ଚୟନ କରାଯିବ, ତା’ପରେ ଏକ ଶାରୀରିକ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା କରାଯିବ। ସମସ୍ତ ପର୍ଯ୍ୟାୟ ପୂରଣ କରିଥିବା ଖେଳାଳିମାନଙ୍କୁ ନିଯୁକ୍ତି ପାଇଁ ବିବେଚନା କରାଯିବ।ମନୋନୀତ ପ୍ରାର୍ଥୀମାନଙ୍କୁ କନଷ୍ଟେବଲ ଜିଡି ପଦବୀ ପାଇଁ ମାସକୁ ୨୧୭୦୦ ଟଙ୍କାରୁ ୬୯୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ସହିତ ଅନ୍ୟାନ୍ୟ ସରକାରୀ ଭତ୍ତା ଏବଂ ସୁବିଧା ମିଳିବ।

ଆବେଦନ ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ବିଏସଏଫର ଅଫିସିଆଲ୍ ୱେବସାଇଟରେ ନିଯୁକ୍ତି ବିଭାଗକୁ ଯାଇ ସ୍ପୋର୍ଟ୍ସ କୋଟା ନିଯୁକ୍ତି ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଆବେଦନ ଫର୍ମ ପୂରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ ପରେ ଫର୍ମ ଦାଖଲ ହେବ। ଆବେଦନ ଡିସେମ୍ବର ୨୭ରୁ  ଜାନୁଆର ୧୫ ତାରିଖ ପର୍ଯ୍ୟନ୍ତ କରାଯାଇପାରିବ।