୧୦ ବର୍ଷ ପରେ ୧୨ ହଜାର ହେବ ଚାଷୀଙ୍କ ଆୟ; ବିଧାୟକଙ୍କ ଦରମା ୩.୫୦ ଲକ୍ଷକୁ ବୃଦ୍ଧି କେତେ ଠିକ୍ ?

Advertisment

ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ, ୨୦୩୬ ସୁଦ୍ଧା ଚାଷୀଙ୍କ ଆୟ ୧୨ ହଜାର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହା ଭିତରେ ବିଧାନସଭାରେ ପାରିତ ହୋଇଛି ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍‌ ୨୦୨୫ । ବିଧାୟକଙ୍କ ଦରମା ଓ ଭତ୍ତା ସିଧାସଳଖ ୩ଗୁଣ ବୃଦ୍ଧି କରାଯାଇଛି ।

ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ, ୨୦୩୬ ସୁଦ୍ଧା ଚାଷୀଙ୍କ ଆୟ ୧୨ ହଜାର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହା ଭିତରେ ବିଧାନସଭାରେ ପାରିତ ହୋଇଛି ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍‌ ୨୦୨୫ । ବିଧାୟକଙ୍କ ଦରମା ଓ ଭତ୍ତା ସିଧାସଳଖ ୩ଗୁଣ ବୃଦ୍ଧି କରାଯାଇଛି ।

MLA vs Farmers

MLA vs Farmers Photograph: (Kanak News)

କନକ ବ୍ୟୁରୋ : ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଥମୁନି ଚର୍ଚ୍ଚା । ଏକାଥରକେ ବିଧାୟକଙ୍କ ଦରମା ତିନି ଗୁଣ ବୃଦ୍ଧି କେତେ ଯୁକ୍ତିଯୁକ୍ତ ସେ ନେଇ ଗାଁଠୁ ସହର ଆଲୋଚନା ହେଉଛି । ଏତିକିବେଳେ ବିଜେଡି ସୁପ୍ରିମୋ ବର୍ଦ୍ଧିତ ଦରମା ନେବେନି ବୋଲି ଘୋଷଣା କରିବାକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।

ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ, ୨୦୩୬ ସୁଦ୍ଧା ଚାଷୀଙ୍କ ଆୟ ୧୨ ହଜାର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହା ଭିତରେ ବିଧାନସଭାରେ ପାରିତ ହୋଇଛି ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍‌ ୨୦୨୫ । ବିଧାୟକଙ୍କ ଦରମା ଓ ଭତ୍ତା ସିଧାସଳଖ ୩ଗୁଣ ବୃଦ୍ଧି କରାଯାଇଛି । ଯେଉଁମାନେ ୧ଲକ୍ଷ ପାଉଥିଲେ ସେମାନେ ସିଧାସଳଖ ସାଢ଼େ ୩ଲକ୍ଷ ପାଇବେ । ବିଲ୍ ପାରିତ ହେବା ପରେ ବିଧାୟକଙ୍କ ଦରମା ବୃଦ୍ଧିକୁ ଲୋକେ ପଚାରୁଛନ୍ତି, ୨୦୩୬ ବେଳକୁ ଯଦି କୃଷକଙ୍କ ଆୟ ୧୨ ହଜାର ହେବ, ତା’ହେଲେ ଏବେ ବିଧାୟକଙ୍କ ଦରମା କାହିଁକି ଏତେ ହେବ । ବଣେଇର ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଲୋକଙ୍କ ସହ ସ୍ୱର ମିଳାଇ ଦରମା ବୃଦ୍ଧିକୁ ନାପସନ୍ଦ କରିଛନ୍ତି ।

ଅଧିକ ପଢ଼ନ୍ତୁ : ବର୍ଦ୍ଧିତ ଦରମାକୁ ନବୀନଙ୍କ ‘NO’: କଂଗ୍ରେସ କହିଲା, ପଲିଟିକାଲ୍ ଷ୍ଟଣ୍ଟ୍

ବିଲ୍ ପାସ୍ ହେବାର ପାଞ୍ଚ ଦିନ ପରେ ଗତକାଲି ଅଚାନକ ବର୍ଦ୍ଧିତ ଦରମା ନନେବାକୁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । କିନ୍ତୁ ବିଜେଡିର ଅନ୍ୟ ବିଧାୟକମାନେ ଦରମା ବୃଦ୍ଧି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି । ଏପରିକି ବିଧାୟକଙ୍କ ଦରମା ବୃଦ୍ଧି ପଛରେ ବଳିଷ୍ଠ ଯୁକ୍ତି ରହିଛି ବୋଲି କହିଛନ୍ତି ବିଧାୟକ ଗଣେଶ୍ୱର ବେହେରା । ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନ ନେବା ବିଜେଡିର ଦୋମୁହାଁ ନୀତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା । କଟାକ୍ଷ କରି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ଏହା ନବୀନଙ୍କ ରାଜନୈତିକ ଗୋଟି ଚାଳନା । କୌତୁହଳର କଥା ହେଉଛି, ଓଡ଼ିଶା ଆର୍ଥିକ ଦୃଷ୍ଟିକୋଣରୁ ବହୁ ତଳେ ଥିବାବେଳେ ବିଧାୟକ ଦରମାରେ ଦେଶରେ ଶୀର୍ଷ ସ୍ଥାନରେ ପହଞ୍ଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe