ମୋକିମଙ୍କୁ ତଡ଼ିଲା କଂଗ୍ରେସ, ଆଗକୁ କେଉଁ ଦଳ?

Advertisment

ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ। କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା। ଆଉ ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି।

ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ। କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା। ଆଉ ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି।

mokim

mokim Photograph: (kanak news)

କନକ ବ୍ୟୁରୋ: ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ। କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା। ଆଉ ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି। ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି ।

  • ମୋକିମଙ୍କୁ ତଡ଼ିଦେଲା କଂଗ୍ରେସ
  • ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ଼ ଝଟ୍‌କା
  • ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବିଦାହେଲେ 

କିଛି ଦିନ ତଳେ ମହମ୍ମଦ ମୋକିମ୍ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ।  କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍। ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ବି ଆଣିଥିଲେ ଏହି ପୂର୍ବତନ କଂଗ୍ରେସ ବିଧାୟକ। ମୋକିମ କହିଥିଲେ, ଭକ୍ତ ଦାସ ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି। ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଥିଲେ। ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଅନଫିଟ୍ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କହିଥିଲେ ମହମ୍ମଦ ମୋକିମ। ଆଉ ଏପରି ଚିଠି ପରେ ଏବେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ଆହୁରି ପଢ଼ନ୍ତୁ : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଶକ୍ତ ଝଟ୍‌କା : ପିସିସି ସଭାପତିଙ୍କ ପ୍ରସ୍ତାବକୁ ଏଆଇସିର ମୋହର

ରବିବାର ମଧ୍ୟ ଏନେଇ ଦିଲ୍ଲୀରେ ଥାଇ ମୁହଁ ଖୋଲିଥିଲେ ଭକ୍ତ ଦାସ । ସିଧା ସିଧା ନ କହିଲେ ବି, ମୋକିମଙ୍କୁ ଟାର୍ଗେଟ୍ କରି ବିଜେପିକୁ ପଳାଇ ଯିବାକୁ ଭକ୍ତ ଦାସ କହିଥିଲେ । ’ଯେଉଁ ନେତାମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ବିଜେପି ଚାଲିଯିବା ଉଚିତ ବୋଲି କହିଥିଲେ ଭକ୍ତ ଦାସ। ସେ ଆହୁରି ମଧ୍ୟ କହିଥିଲେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି । ତେଣୁ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ ବୋଲି କହିଥିଲେ ଭକ୍ତ ଦାସ ।

ଜାଣିରଖିବା ଉଚିତ ଯେ, ନୂଆପଡ଼ା ଉପ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ କିଛି ନେତା ଭକ୍ତ ଦାସଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ । ଦଳରେ କିଛି ବିଭୀଷଣ ଅଛନ୍ତି ବୋଲି କହିବା ସହିତ, ବଡ଼ ବୟାନ ଦେଇଥିଲେ ଭକ୍ତ ଦାସ । ଆଉ ତା ପରେ ମୋକିମ ସୋନିଆଙ୍କୁ ଚିଠି ଲେଖିବା , ଆଉ ତା ପରେ ଦଳ ତାଙ୍କୁ ବହିଷ୍କାର କରିବା କଂଗ୍ରେସ ରାଜନୀତିକୁ ସରଗରମ କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋକିମ୍ ଏବେ କଂଗ୍ରେସରୁ ବହିଷ୍କୃତ ହେବା ପରେ ଅନ୍ୟ କେଉଁ ଦଳରେ ସାମିଲ ହେବେ, ନା ନିଜେ ଦଳ ଗଢ଼ିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe