କନକବ୍ୟୁରୋ : ମଣ୍ଡି ଖୋଲିଥିଲେ ବି ଟୋକନ ମିଳିନି । ଫଳରେ ଚାଷୀ ଧାନ ବିକିପାରୁନି । ଏହି ସମସ୍ୟା ସମ୍ବଲପୁର ଜିଲ୍ଲାରେ ଚରମ ସୀମାରେ ପହଞ୍ଚିଛି । ଏହାର ପ୍ରତିବାଦରେ ଆସନ୍ତା ୧୯ ତାରିଖରେ ସମ୍ବଲପୁର ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଙ୍ଗଠନ । ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ବନ୍ଦ ଡାକରା ଦେଇଛି । ୧୬ରୁ ଚାଷୀ ସଙ୍ଗଠନ ଅଭିନବ ପ୍ରତିବାଦ କରିବ । ଟୋକନ ମିଳୁନଥିବାରୁ କେମିତି ବିକିବେ ଧାନ ସେ ନେଇ ଚାଷୀ ଚିନ୍ତାରେ ଅଛନ୍ତି ।
ବାରମ୍ବାର ଅଭିଯୋଗ ଜଣାଇବା ପରେ ହେଉନି ସମାଧାନ। ଫଳରେ କିଛି ଦିନ ତଳେ ରେମେଡ, ସିନ୍ଦୂରପଙ୍କ, ରେଢ଼ାଖୋଲ ଓ ହୁମା ରେ ରାସ୍ତା ଅବରୋଧ କରିଥିଲେ ହଜାର ହଜାର ଚାଷୀ । ଟୋକନ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ ଚାଷୀ । ଟୋକନ ସମସ୍ୟାର ସମାଧାନ ହୋଇନଥିବାରୁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଅଧିକ ପଢନ୍ତୁ... ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଶକ୍ତ ଝଟ୍କା : ପିସିସି ସଭାପତିଙ୍କ ପ୍ରସ୍ତାବକୁ ଏଆଇସିର ମୋହର
ସମ୍ବଲପୁରରେ ୬୫ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏଯାଏଁ ୬ ହଜାର ଚାଷୀଙ୍କୁ ଟୋକନ ମିଳିନାହିଁ । ସେହିପରି ୪୫ ହଜାର ଚାଷୀଙ୍କୁ କେବଳ ଗୋଟିଏ ଲେଖାଏଁ ଟୋକନ ମିଳିଛି । ବିଭିନ୍ନ ମଣ୍ଡିରେ ଶହ ଶହ ଟ୍ରିପ ଧାନ ପଡ଼ିଛି । କୃଷକ ସଙ୍ଗଠନର କହିବା ମୁତାବକ ଟୋକନ୍ ଦାବି ନେଇ ଚାଷୀମାନେ ରାଜପଥ ଅବରୋଧ କରିଥିଲେ । ହେଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟା ଚାଷୀଙ୍କୁ ଗିରଫ କଲା ପ୍ରଶାସନ । ସେପଟେ ଟୋକନ୍ ପ୍ରସଙ୍ଗରେ ଶାସକ ବିଜେପି ଦଳ ବିରୋଧୀ ବିଜେଡିକୁ ଟାର୍ଗେଟ୍ କରୁଛି, ଅଥଚ ଟୋକନ୍ ବାବଦରେ ମୁହଁ ଖୋଲୁନି । ଯୋଗାଣ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ପଞ୍ଜୀକୃତ ୬୫ ହଜାର ୧୪୩ ଚାଷୀଙ୍କ ମଧ୍ୟରୁ ୬୧ ହଜାର ୮୯୨ ଜଣଙ୍କୁ ଟୋକନ୍ ମିଳିଛି। ୨ ହଜାର ଚାଷୀଙ୍କୁ ଗୋଟିଏ ବି ଟୋକନ୍ ମିଳିନାହିଁ ।
ଯେଉଁମାନଙ୍କୁ ମିଳିଛି କେବଳ ଗୋଟିଏ ଟୋକନ୍ ମିଳିଥିବାରୁ ସବୁ ଧାନ ବିକ୍ରି ହୋଇ ପାରୁନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଧାନର ଅଭାବୀ ବିକ୍ରି ବଢ଼ିବାରେ ଲାଗିଛି। ଗୋଟିଏ ମାସ ବିଳମ୍ବରେ ମଣ୍ଡି ଖୋଲିବା ପରେ ମଧ୍ୟ ଚାଷୀଙ୍କୁ ଟୋକନ୍ ମିଳି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ଓ ଛତିଶଗଡ଼ରେ ଗୋଟିଏ ଦଳର ସରକାର ରହିଛି । ଛତିଶଗଡ଼ରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଥିବା ବେଳେ ଓଡିଶାର ଏଭଳି ସମସ୍ୟା କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଉପୁଜିଥିବା ସ୍ପଷ୍ଟ ।
ଏହି ବୈଠକରେ କୃଷକ ନେତା ଅଶୋକ ପ୍ରଧାନ, ସରୋଜ, ବ୍ୟୋମକେଶ ଠାକୁର, ସୁଶାନ୍ତ ପଣ୍ଡା, ତରଣୀସେନ ଭୋଇ, ଦୋଳଗୋବିନ୍ଦ ନାୟକ, ଉମେଶ ମିଶ୍ର, ଭୈରବ ପ୍ରଧାନ, ଦିଲୀପ ସାହୁ, ବିପିନ ଭୋଇ, ସଞ୍ଜୀବ ବାରିକ, ଜୟନାରାୟଣ ସାହୁ, ଦିଲୀପ ମହାପାତ୍ର, ନନ୍ଦଲାଲ ତ୍ରିପାଠୀ, କାଶୀ ବିଶ୍ୱନାଥ, ସନ୍ତୋଷ ତେଲେଂଗା, ସରୋଜ ମହାପାତ୍ର, ଅଶ୍ୱିନୀ ହୋତା, ଅଶ୍ୱିନୀ ମହାପାତ୍ର, ଦାମୋଦର ପ୍ରଧାନ, ଯୋଗେଶ ଭୋଇ, ସୀତାକାନ୍ତ ପଣ୍ଡା, ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/15/mandi-2025-12-15-09-08-36.jpg)