କନକ ବ୍ୟୁରୋ: ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ । ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ଅନାସ୍ଥା ଭୋଟର ଗଣତି ହେବ କିନ୍ତୁ ଫଳାଫଳ ପ୍ରକାଶ ପାଇବ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବିଜେଡିର ୧୯ ଜଣ ଅସନ୍ତୁଷ୍ଟ କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ଭୋଟ ଗଣତି ପାଇଁ ଦାବି କରିଥିଲେ । ଆସନ୍ତାକାଲି ଜିଲ୍ଲା କୋଷାଗାରରୁ ବାଲାଟ ବକ୍ସ ଆସିବ ଓ ପୌର କାର୍ଯ୍ୟାଳୟ ପରିସରରେ ଦିନ ୧୦ଟାରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ।
ଆହୁରି ପଢ଼ନ୍ତୁ : କଂଗ୍ରେସରେ ତେଜିଲା ବିଭୀଷଣ ମନ୍ତବ୍ୟ କଳି; ନିଜ ବୟାନକୁ ନେଇ ପୁଣି ମୁହଁ ଖୋଲିଲେ ଭକ୍ତ ଦାସ
ଏହା ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ଅନାସ୍ଥା ପ୍ରସ୍ତାବ ଗଣତି ସ୍ଥଗିତ ରହିଥିଲା। ବାଲଟ ବକ୍ସକୁ କଡ଼ା ସୁରକ୍ଷା ମଧ୍ୟରେ ଜିଲ୍ଲା କୋଷାଗାରରେ ରଖାଯାଇଛି। ଅକ୍ଟୋବର ୯ତାରିଖରେ ଅନାସ୍ଥା ଭୋଟ ଗ୍ରହଣ ହୋଇଥିଲା। ମୋଟ ୨୪ ଜଣ କାଉନସିଲରଙ୍କ ଭିତରୁ ଅନାସ୍ଥା ଭୋଟରେ ଅଂଶଗ୍ରହଣ କରିଥିଲେ ୨୧ ଜଣ କାଉନସିଲର । ତେବେ ଅନାସ୍ଥା ପ୍ରସ୍ତାବକୁ ବେଆଇନ୍ ଦର୍ଶାଇ ଅପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଅନାସ୍ଥା ଭୋଟ ସ୍ଥଗିତ ରଖାଯାଇଥିଲା ।
ଜାଣିରଖିବା ଉଚିତ ଯେ, ରାଜ୍ୟସଭା ପୂର୍ବତନ ଏମ୍ପି ଏନ୍.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ରାୟଗଡ଼ା ପୌର ପରିଷଦର ୧୯ଜଣ କାଉନସିଲର ଏକକାଳୀନ ଦଳ ଛାଡ଼ିଥିଲେ । ଏହାପରେ ରାୟଗଡ଼ା ପୌର ପରିଷଦର ୨୪ଜଣ କାଉନସିଲରଙ୍କ ମଧ୍ୟରୁ ବିଜେଡିର ୧୯ଜଣ କାଉନସିଲର କାର୍ଯ୍ୟରେ ଅସହଯୋଗ ଓ ମନମୁଖୀ କାର୍ଯ୍ୟକଳାପ ନେଇ ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏନେଇ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଥିଲେ। ଏହାପରେ ବିଧିବଦ୍ଧ ଭାବେ ପ୍ରକ୍ରିୟା କରାଯାଇ ଅକ୍ଟୋବର ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା। ଏଥିରେ ବିଜେଡିର ୨୦ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟିଂ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ଦ୍ୱାରା ହାଇକୋର୍ଟରେ ଅନାସ୍ଥା ବିରୋଧରେ ହୋଇଥିବା ଆବେଦନ ପ୍ରକାରେ ଉକ୍ତ ଦିନ ହାଇକୋର୍ଟ ବିଚାରପତି ଗଣତି ଉପରେ ରହିତାଦେଶ ଜାରି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/23/rayagada-municipality-2025-11-23-15-50-27.jpg)